ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଏବେ ଅଦିନିଆ ବର୍ଷା ଲାଗିରହିଛି । ଏହି ଅବସରରେ ଶୀତ ମଧ୍ୟ ଲାଗି ରହିଛି । ତେବେ ଆଗାମୀ ୨ ଦିନ ମଧ୍ୟରେ ରାଜ୍ୟର ତାପମାତ୍ରା ୪ ରୁ ୫ ଡିଗ୍ରୀ କମିପାରେ । ଏହି ୨ ଦିନ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାରେ ଘନ କୁହୁଡି ମଧ୍ୟ ଦେଖା ଦେବାର ସମ୍ଭାବନା ରହିଛି ।
ଭୁବନେଶ୍ୱର ସ୍ଥିତ ପାଣିପାଗ ସୁଚନା କେନ୍ଦ୍ରର ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସଙ୍କ ସୁଚନା ଅନୁସାରେ ଭବାନୀ ପାଟଣାରେ ଅଧିକ କୁହୁଡି ପଡିବାର ସମ୍ଭାବନା ଅଛି ସେଥିପାଇଁ ଏଠାରେ ୟେଲୋ ୱାର୍ଣ୍ଣିଙ୍ଗ ମଧ୍ୟ ଜାରି କରାଯାଇଛି ।
ନବରଙ୍ଗପୁର, ମାଲକାନାଗିରି, ରାୟଗଡା, ବଲାଙ୍ଗିର, ଅନୁଗୁଳ, କେନ୍ଦୁଝର, ସୋନପୁର, ଢେଙ୍କାନାଳ, ଓ ବରଗଡ ଜିଲ୍ଲାରେ ଆଜି ବର୍ଷା ଲାଗିରହିବା ସହିତ ଏହି ସବୁ ଜିଲ୍ଲାରେ ଘନ କୁହୁଡି ମଧ୍ୟ ଦେଖାଦେବ ।
ଉତ୍ତରପ୍ରଦେଶରୁ ଉତ୍ତର ଛତିଶଗଡ ଆକାଶରେ ସୃଷ୍ଟ ଟ୍ରପ ଲାଇନ ଓ ପଶ୍ଚିମବଙ୍ଗରେ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି ।