ବ୍ରହ୍ମଗିରି (ଏଟିଆର ବ୍ୟୁରୋ): ଚିଲିକାରେ ଆରମ୍ଭ ହୋଇଛି ଡଲଫିନ୍ ଗଣନା କାର୍ଯ୍ୟ । ବନବିଭାଗ ଓ ସିଡିଏର ମିଳିତ ଉଦ୍ୟମରେ ଏହି ଗଣନା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏଥିରେ ୧୮ଟି ଟିମ୍ ସମେତ ୧୬୦ ଜଣ କର୍ମଚାରୀ ନିୟୋଜିତ ଅଛନ୍ତି ।
ସକାଳ ୬ଟାରୁ ଗଣନା ପ୍ରକ୍ରିୟା ଆରମ୍ଭ ହୋଇ ୧୨ ଯାଏଁ ଚାଲିବ । ଏଥିରେ ସାତପଡା ରେଞ୍ଜର ୮ଟି ଟିମ୍ ଓ ବାଲୁଗାଁ ରେଞ୍ଜର ୧୦ ଟି ଟିମ୍ ସାମିଲ ହୋଇ ଗଣତି କରୁଛନ୍ତି ।