ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କର ୬୮ତମ ଜନ୍ମ ଦିବସ ପାଳନ କରୁଛନ୍ତି । ଏହି ଅବସରରେ ବିହାର ଏବଂ ଝାରଖଣ୍ଡର ମୁଖ୍ୟମନ୍ତ୍ରୀ ସମେତ ଅନେକ ରାଜନେତାମାନେ ତାଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀଙ୍କୁ ଜନ୍ମ ଦିନର ଶୁଭକାମନା ଜଣାଇଛନ୍ତି । ସେ ଲେଖିଛନ୍ତି କି, ‘ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନର ହାର୍ଦ୍ଧିକ ଅଭିନନ୍ଦନ ଏବଂ ଶୁଭକାମନା । ତାଙ୍କର ସୁସ୍ଥ ଜୀବନ ଏବଂ ଦୀର୍ଘାୟୁ କାମନା କରୁଛି’ ।
माननीय प्रधानमंत्री श्री नरेन्द्र मोदी को जन्मदिन की हार्दिक बधाई एवं शुभकामनाएं। उनके स्वस्थ जीवन एवं दीर्घ आयु की कामना करता हूं।@narendramodi
— Nitish Kumar (@NitishKumar) September 17, 2018
ସେହିପରି ଝାରଖଣ୍ଡର ମୁଖ୍ୟମନ୍ତ୍ରୀ ରଘୁବର ଦାସ ଟ୍ୱିଟ୍ କରି କହିଛନ୍ତି, ‘ରାଜ୍ୟର ସାଢେ ତିନି କୋଟି ଜନତାଙ୍କ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ହାର୍ଦ୍ଧିକ ଶୁଭକାମନା । ଆପଣ ଦୀର୍ଘାୟୁ ହୁୁଅନ୍ତୁ’ ଏବଂ ଏହିଭଳି ଦେଶର ସେବା କରୁଥାନ୍ତୁ । ଏହା ଭାରତବାସୀଙ୍କ କାମନା ।’
झारखण्ड की सवा तीन करोड़ जनता की ओर से आदरणीय प्रधानमंत्री श्री @narendramodi जी को जन्मदिन की हार्दिक शुभकामनाएं। आप दीर्घायु हों और ऐसे ही देश की सेवा करते रहें, यही हर भारतवासी की कामना है।#HappyBDayPMModi pic.twitter.com/hRyJJxOiXZ
— Raghubar Das (@dasraghubar) September 17, 2018
ଅନ୍ୟପଟରେ ବିହାରର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ଆଜି କେକ୍ କାଟି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳନ କରିଛନ୍ତି । ଏହାବ୍ୟତୀତ ଦେଶର ବିଭିନ୍ନ କୋଣ ଅନୁକୋଣରୁ ନେତାମାନେ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।