ମୁମ୍ବାଇ(ଏଟିଆର ବ୍ୟୁରୋ): ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଲଗାତାର ବଲିଉଡର କଳା କାରନାମା ଖୋଲୁଛନ୍ତି କଙ୍ଗନା ରଣାୱତ । ଏହା ସହିତ ମୁମ୍ବାଇ ପୋଲିସ ଓ ରାଜନେତାଙ୍କର ମଧ୍ୟ ପୋଲ ଖୋଲୁଛନ୍ତି କଙ୍ଗନା । ତେଣୁ ତାଙ୍କୁ ଏବେ ଟାର୍ଗେଟ କରାଯାଇଛି । ଶିବସେନା ନେତା ଓ କଙ୍ଗନାଙ୍କ ମଧ୍ୟରେ ବିବାଦ ଲାଗିରହିଛି । ମହାର।ଷ୍ଟ୍ରର ଗୃହମନ୍ତ୍ରୀ ମୁମ୍ବାଇରେ କଙ୍ଗନାଙ୍କ ପାଇଁ କୌଣସି ସ୍ଥାନ ନଥିବା କଥା ମଧ୍ୟ କହିଥିଲା ଓ ତାଙ୍କୁ ଧମକ ଦେଇଥିଲେ । କଙ୍ଗନା ତାଙ୍କୁ ଉତ୍ତର ଦେଇଥିଲେ ଏହାରି ଭିତରେ ସେପ୍ଟେମ୍ବର ୯ରେ ମୁମ୍ବାଇ ଆସିବେ କିନ୍ତୁ କଙ୍ଗନାଙ୍କ ସୁରକ୍ଷାକୁ ନେଇ ଚିନ୍ତାରେ ତାଙ୍କ ବାପା ଅମରଦୀପ ସିଂହ ରଣାୱତ । ମନାଲୀ ଯାଇ ଝିଅ କଙ୍ଗନାଙ୍କ ସହ ମୁମ୍ବାଇ ଫେରିବା ନେଇ ଆଲୋଚନା କରିବେ ବୋଲି କହିବା ସହ ନିଜ ଝିଅଙ୍କୁ ସୁରକ୍ଷା ଦେବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି ଅମରଦୀପ ।
ଅମରଦୀପ ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ କହିଛନ୍ତି, ‘ ବାପା ହିସାବରେ ଝିଅ ପ୍ରତି ଚିନ୍ତା ରହିବ। ଏବେ କଙ୍ଗନା ମନାଲୀ ସ୍ଥିତ ବାସଭବନରେ ଅଛନ୍ତି । ମୁଁ ଏବେ ତାଙ୍କ ପାଖକୁ ବାହାରିଛି । ତାଙ୍କୁ ସାକ୍ଷାତ କରିବା ସହ ମୁଁ ମୋର ଚିନ୍ତା ସମ୍ପର୍କରେ ଅବଗତ କରାଇବି।’ କଙ୍ଗନା ଏବେ ସୁରକ୍ଷିତ ଅଛନ୍ତି ବୋଲି କହିବା ସହ ମୁମ୍ବାଇ ଫେରିବା ନେଇ ନିଷ୍ପତ୍ତି ଚିନ୍ତା ବଢ଼ାଇଛି ବୋଲି କହିଛନ୍ତି ଅଭିନେତ୍ରୀଙ୍କ ପିତା। ସେପଟେ ବଲିଉଡରେ ଚାଲିଥିବା ହଲଚଲ ସମ୍ପର୍କରେ କିଛି କହିବାକୁ ମନା କରିଦେଇଥିଲେ କଙ୍ଗନା।ଏବେ କଙ୍ଗନାଙ୍କ ସମର୍ଥନରେ ବାହାରିଛନ୍ତି ହିମାଚଳପ୍ରଦେଶର ଜଣେ ବିଜେପି ବିଧାୟକ ଇନ୍ଦର ସିଂହ । ସେ ମଧ୍ୟ କଙ୍ଗନାଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି । କଙ୍ଗନାଙ୍କ ସଫଳତା ପାଇଁ ପୁରା ହିମାଚଳପ୍ରଦେଶ ଗର୍ବିତ । ବଲିଉଡରେ ଚାଲିଥିବା ନେପୋଟିଜିମ୍ ଓ ଡ୍ରଗ୍ସ ଲିଙ୍କକୁ ନେଇ ସ୍ୱର ଉଠାଇଥିବା କଙ୍ଗନାଙ୍କ ସମର୍ଥନରେ ଆମେ ଅଛୁ ବୋଲି କହିଛନ୍ତି ବିଧାୟକ ଇନ୍ଦର ସିଂହ। ତେବେ କଙ୍ଗନା କାହାକୁ ଡରିନାହାନ୍ତି ଓ ଆଗକୁ ଜାହା ହେବ ମୁଁ ସାମ୍ନା କରିବି ବୋଲି କହିଛନ୍ତି । ସମସ୍ତେ ଜାଣିବା ଉଚିତ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024