ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ପଛ ସିଟରେ ଅଲୋଡା ଦାମ । ବଦଳିଲା ଦାମଙ୍କ ସିଟ । ବିଧାନସଭାର ପଛ ସିଟରେ ବସିବେ ଦାମ ରାଉତ । ବିଜେଡିରୁ ବିତାଡିତ ହେବା ପରେ ବିଧାନସଭାରେ ଦାମ ଙ୍କ ସିଟକୁ ବଦଳାଯାଇଛି । ପୁର୍ବରୁ ଦାମ ରାଉତ D-3 ସିଟରେ ବସୁଥୁବାବେଳେ ଏବେ ପଛଧାଡିର F-10 ସିଟରେ ବସିବେ । ଖାଲି ଦାମ ରାଉତ ନୁହେଁ ଏହାସହ ଅନ୍ୟକିଛି ବିଧାୟକଙ୍କ ସିଟ ମଧ୍ୟ ବଦଳାଯାଇଛି । ସେପଟେ ଦଳବିରୋଧୀ ମନ୍ତବ୍ୟ ଦେଇ ଦାମ ରାଉତ ବିଜେଡି ଦଳରୁ ବିଦା ହେଇଛନ୍ତି । ଖୋଦ ନବୀନ ପଟ୍ଟନାୟକ ତାଙ୍କୁ ଗତ ବୁଧବାର ଦିନ ଦଳରୁ ବହିଷ୍କୃତ କରିଥିଲେ ।
ତେବେ ଯେହେତୁ ଦାମ ରାଉତ ଏବେ ବିଜେଡି ଦଳରେ ନାହାନ୍ତି ସେଥିପାଇଁ ତାଙ୍କ ସିଟକୁ ବଦଳାଇବା ପାଈଁ ବିଜେଡି ପକ୍ଷରୁ ବାଚସ୍ପତିଙ୍କୁ ଦାବୀ କରାଯାଇଥିଲା । ପରେ ବାଚସ୍ପତିଙ୍କ ଅନୁମତି କ୍ରମେ ଦାମଙ୍କ ସିଟ ବଦଳାଯାଇଛି । ବିଧାନସଭାରେ ସମତାକ୍ରାନ୍ତି ଦଳର ବିଧାୟକ ଜର୍ଜ ତିର୍କୀଙ୍କ ପାଖରେ ବସିବେ ଦାମ ରାଉତ । ବର୍ତ୍ତମାନ ସମୟରେ ଦାମ ରାଉତ ଜଣେ ସ୍ୱାଧୀନ ବିଧାୟକ ଭାବେ ବିଧାନ ସଭା କୁ ଆସିବେ ।