କଟକ (ଏଟିଆର ବ୍ୟୁରୋ ) ; ମୋମୋ ଗେମ ଖେଳି ଦା ରେ ହାତ କାଟିଲେ ଯୁବକ । ଗୁରୁତର ହୋଇ ଡାକ୍ତରଖାନରେ ଭର୍ତ୍ତୀ ହେଲେ ଯୁବକ । ଏଭଳି ଅଭାବନୀୟ ଘଟଣା କଟକ ଜିଲ୍ଲା ବୟାଳିଶି ମୌଜାର ଝାରକଟା ଗ୍ରାମରେ ଘଟିଛି । ଆଜି ଅପରାହ୍ନରେ ଝାରକଟା ଗ୍ରାମର ସୁନୀଲ କୁମାର ଦାସ ନାମକ ଜଣେ ଯୁବକ କୌଣସି କାରଣରୁ ନିଜ ହାତକୁ ଏକ ଧାରୁଆ ଦା ରେ କାଟି ଦେଇଥିଲେ । ଯନ୍ତ୍ରଣା ଓ ରକ୍ତ ଜୁଡୁବୁଡୁ ହାତକୁ ଦେଖି ପରିବାର ଲୋକେ ତାଙ୍କୁ ସ୍ଥାନୀୟ ଏସସିବି ମେଡିକାଲକୁ ନେଇ ସେଠାରେ ଭର୍ତ୍ତୀ କରିଥିଲେ । ତେବେ ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଏବେ ଠିକ ଥିବା ଜଣାପଡିଛି ।ସୁନୀଲଙ୍କ ବାପାଙ୍କ ନାମ ବାସୁଦେବ ଦାସ । ପୁଅ ଏପରି କାହିଁକି କରିଛି ସେ ନେଇ ତାଙ୍କ ବାପା ସନ୍ଦେହ ଘେରରେ ରହିଛନ୍ତି । ପୁଅ ମୋମୋ ଗେମ ଖେଳି ଏପରି କାରିଥିବାର ପରିବାର ଲୋକେ ସନ୍ଦେହ ମଧ୍ୟ କରୁଛନ୍ତି ।
ସେପଟେ ଦିନକୁ ଦିନ ମୋମୋ ଗେମ ବଢାଉଛି ଆତଙ୍କ । ମୋମୋ ଗେମ ଖେଳି ପ୍ରାଣ ହରାଉଛନ୍ତି ଲୋକେ । କେହି କେହି ଗୁରୁତର ଆହତ ମଧ୍ୟ ହେଉଛନ୍ତି । ପୁର୍ବରୁ ବ୍ଲୁ ହ୍ୱେଲ ଗେମ ସମଗ୍ର ବିଶ୍ୱରେ ଚହଳ ପକାଇଥିବା ବେଳେ ଏବେ ମୋମୋ ଖେଳାଇଛି ଭୟ । ଏହାକୁ ମୁକାବିଲା କରିବା ପାଇଁ ଗୃହ ମନ୍ତ୍ରଣାଳୟ ତରଫରୁ ହାଇ ଆଲର୍ଟ ଜାରି ହୋଇଥିଲେ ମଧ୍ୟ ଏହାର ପ୍ରଭାବ ପଡିଥିବାର ଦେଖାଯାଇନାହିଁ ।
ପୁର୍ବରୁ ଓଡିଶାର ଯୁବକ ମଧ୍ୟ ମୋମୋ ଗେମ ଖେଳି ନିଜ ପ୍ରାଣ ହରାଇଛନ୍ତି । ରାଉରକେଲାର ଜଣେ ଛାତ୍ର ଭୁବନେଶ୍ୱରରେ ରହି ପାଠ ପଢୁଥିବା ବେଳେ ମୋମୋ ଗେମ ପ୍ରେମରେ ପଡିଥିଲେ । ସେ ଭୁବନେଶ୍ୱରରୁ ଚେନ୍ନାଇ ଯାଇ ଏକ ୭ ମହଲା କୋଠାରୁ ଡେଇଁ ଅତ୍ମହତ୍ୟା ମଧ୍ୟ କରିସାରିଛନ୍ତି । ସେହି ପରି କଟକର ମାହାଙ୍ଗା ଅଞ୍ଚଳରେ ମଧ୍ୟ ଜଣେ ଯୁବକ ମୋମୋ ଚ୍ୟାଲେଞ୍ଜର ଶିକାର ହୋଇ ଅଳ୍ପକେ ନିଜ ପ୍ରାଣ ହରାଇବାରୁ ବର୍ତ୍ତୀଯାଇଥିଲେ । ତେବେଦିନକୁ ଦିନ ଯୁବପିଢିକୁ ଅବାଟକୁ ନେଇ ଯାଉଥିବା ମୋମୋ ଗେମ ପ୍ରତି ସଚେତନତା ଓ ସତର୍କତା ଜରୁରୀ ହୋଇପଡିଛି ।