ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବାଲେଶ୍ୱର ସାଂସଦ ପ୍ରତାପ ଷଢ଼ଙ୍ଗୀ ପୁଣିଥରେ ଚର୍ଚ୍ଚାରେ ରହିଛନ୍ତି । ତେବେ ଏଥରକ କୌଣସି ଧନୀ ପ୍ରାର୍ଥୀଙ୍କ ହରାଇ ନୁହେଁ କି ଭାଷଣ ଦେଇ ନୁହେଁ । ରାଷ୍ଟ୍ରର ମୁଖ୍ୟ ରାଷ୍ଟପ୍ତିଙ୍କ ସହିତ ବିଦେଶ ଗସ୍ତରେ ଯିବେ । ସେ ୮ ଦିନ ପାଇଁ ଆଫ୍ରିକା ଯିବେ । ଏହି ଗସ୍ତ ଆଜିଠୁ ଅଗଷ୍ଟ ୪ ତାରିଖ ଯାଏ ଚୂଡ଼ାନ୍ତ ହୋଇଛି। ଏହି ଗସ୍ତରେ ରାଷ୍ଟପତି, ଆଫ୍ରିକାର ଜିନିଆ, ଗାମ୍ବିଆ, ବେନିନ୍ ଭଳି ଦେଶ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।ଏହି ଗସ୍ତ ବେଳେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଏବଂ ପଶ୍ଚିମବଙ୍ଗର ସାଂସଦ ଦିଲ୍ଲୀପ ଘୋଷ ରାଷ୍ଟ୍ରପତିଙ୍କ ସହ ଉପସ୍ଥିତ ରହିବେ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଫ୍ରିକାର ଅନେକ ଦେଶ ଯାଇ ଦ୍ୱିପାକ୍ଷିକ ସଂପର୍କ ମଜବୁତ କରିବା ଦିଗରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।
ସୂଚନାଯୋଗ୍ୟ, ବାଲେଶ୍ୱରରୁ ପ୍ରଥମ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିବା ପ୍ରତାପଙ୍କୁ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିଛି । ମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ପ୍ରତାପଙ୍କୁ ନେଇ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ହୋଇଥିଲା । ଏପରିକି ତାଙ୍କୁ ଓଡ଼ିଶାର ମୋଦି ବୋଲି କୁହାଯାଉଥିଲା । ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଧନ୍ୟବାଦ ଅଭିଭାଷଣ ଦେଇ ପ୍ରତାପ ଷଡ଼ଙ୍ଗୀ ସାରାଦେଶ ତଥା ବିଦେଶରେ ଚର୍ଚ୍ଚିତ ହୋଇଥିଲେ। ଧନ୍ୟବାଦ ଅଭିଭାଷଣ ରଖିବା ଅବସରରେ ସେ ଲୋକସଭାରେ ହିନ୍ଦୀ, ଇଂରାଜୀ, ଓଡ଼ିଆ, ବଙ୍ଗଳା ଏବଂ ସଂସ୍କୃତ ଭାଷାରେ କହିଥିଲେ।
ପ୍ରତାପ ଷଢ଼ଙ୍ଗୀ ନାମାଙ୍କନ କରିବା ଦିନଠାରୁ ଚର୍ଚ୍ଚାରେ ରହି ଆସୁଥିଲେ । ନିଜର ଜୀବନ ଶୈଳୀଠାରୁ ଆରମ୍ଭ କରି ରାଜନୈତିକ କ୍ୟାରିୟର । ଜଣେ ସାଧାରଣ ଜନସେବକ ହୋଇ ଦୁଇ ଦୁଇ ଜଣ କୋଟିପତି ପ୍ରାର୍ଥୀଙ୍କୁ ହରାଇଛନ୍ତି । ତେବେ ରାଜ୍ୟରୁ କାହାକୁ ମନ୍ତ୍ରୀ ପଦ ମିଳିବ ବୋଲି ପ୍ରଥମରୁ ଚର୍ଚ୍ଚା ହେଉଥିଲା । ଅପରାଜିତା ଷଢ଼ଙ୍ଗୀ,ଜୁଏଲ ଓରାମଙ୍କ ଭଳି ହେବିୱେଟଙ୍କ ନାମ ଆଗରେ ରହିଥିଲା । କିନ୍ତୁ ପ୍ରତାପଙ୍କୁ ମୋଦି ପ୍ରଥମ ପସନ୍ଦ କରିଛନ୍ତି । ମନ୍ତ୍ରୀ ହେବା ଦିନଠାରୁ ଚର୍ଚ୍ଚାରେ ରହିଛନ୍ତି ପ୍ରତାପ ନନା ।
ମନ୍ତ୍ରୀ ହେବା ପରେ ମଧ୍ୟ ସେ ସାଧାରଣ ଜୀବନ ଯାପନ କରୁଛନ୍ତି । ଯାହାକି ଜାତୀୟ ଗଣମାଧ୍ୟମରେ ମଧ୍ୟ ପ୍ରସାରଣ କରାଯାଇଥିଲା । ସଂସଦରେ ୫ଟି ଭାଷାରେ ଅଭିଭାଷଣ ଦେବା ପରେ ନନା ସମସ୍ତଙ୍କ ମନ ଜିଣିନେଇଥିଲେ । ସେହି ଦିନଠାରୁ ସେ ସୋସିଆଲ ମିଡିଆରେ ହିରୋ ବନିଯାଇଛନ୍ତି । ତେବେ ରାଷ୍ଟ୍ରପତିଙ୍କ ସହ ବିଦେଶ ଗସ୍ତ ଖବର ଶୁଣିବା ପରେ ସମସ୍ତ ଓଡିଆମାନେ ଖୁସିରେ ଗର୍ବ କରୁଛନ୍ତି ।