ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଚଳିତ ମାସ ୨୧ ତାରିଖରେ ପ୍ରକାଶ ପାଇବ +୨ କଳା,ବାଣିଜ୍ୟ ଏବଂ ଧନ୍ଦା ମୂଳକ ଶିକ୍ଷାର ଫଳାଫଳ । ଅପରାହ୍ନ ସାଢ଼େ ତିନିଟାରେ ପ୍ରକାଶ ପାଇବ ରେଜଲ୍ଟ । ଭୁବନେଶ୍ୱର ସୂଚନା ଭବନରେ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସୂଚନା ଦେଇଛନ୍ତି ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ବହୁଦିନ ହେବ ପରୀକ୍ଷା ଦେଇ ଅପେକ୍ଷା କରି ବସିଥିବା ଛାତ୍ର ଛାତ୍ରୀଙ୍କ ଆଗ୍ରହ ବଢ଼ି ଯାଇଛି । ରେଜଲ୍ଟ ବାହାରିବା ପରେ +୩ ପାଇଁ ନାମ ଲେଖା ଆରମ୍ଭ ହେବ ।
ବିଗତ ବର୍ଷ ଗୁଡିକ ଅପେକ୍ଷା ଚଳିତ ବର୍ଷ ରେଜଲ୍ଟ ବାହାରିବା ପାଇଁ ବିଳମ୍ବ ହେଉଛି । ନିର୍ବାଚନ ଏବଂ ବାତ୍ୟା କାରଣରୁ ବିଳମ୍ବ ହେଉଛି ରେଜଲ୍ଟ । ତେବେ ଏକା ସାଙ୍ଗରେ ପରୀକ୍ଷା ଦେଇଥିବା ବିଜ୍ଞାନ ବିଭାଗର ରେଜଲ୍ଟ ବାହାରିଥିବା ବେଳେ ବାକି ବିଭାଗରେ ବିଳମ୍ବକୁ ନେଇ ଛାତ୍ର ଛାତ୍ରୀ ଏବଂ ଅଭିଭାବକମାନେ ବିଗିଡି ଯାଇଥିବା ଦେଖିବାକୁ ମିଳିଥିଲା । କାରଣ ରେଜଲ୍ଟ ବିଳମ୍ବ ହେଉଥିବାରୁ ପିଲାଙ୍କ ନୂଆ ପାଠପଢ଼ାରେ ମଧ୍ୟ ବିଳମ୍ବ ହେବ ।
ସୂଚନାଯୋଗ୍ୟ, ଚଳିତବର୍ଷ ୨,୩୫,୧୮୩ ଜଣ ଛାତ୍ରଛାତ୍ରୀ କଳାରେ ପରୀକ୍ଷା ଦେଇଥିବା ବେଳେ ବାଣିଜ୍ୟରେ ୨୭ ହଜାର ୨୭୮ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ସେହିଭଳି ଧନ୍ଦାମୂଳକ ପରୀକ୍ଷା ଦେଇଛନ୍ତି ୮ ହଜାର ୫୮ ଜଣ ପରୀକ୍ଷାର୍ଥୀ । ପୂର୍ବରୁ ଯୁକ୍ତ ୨ ବିଜ୍ଞାନ ଫଳ ପ୍ରକାଶ ପାଇ ସାରିଛି । ଜୁନ୍ ୩ ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଥି