ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିକାଲି ର ବିଶଙ୍ଖଳିତ ଖାଦ୍ୟ ପାନୀୟ ଯୋଗୁଁ ଲୋକେ ଅନେକ ରୋଗର ଶିକାର ହେଉଛନ୍ତି । ସେଥିମଧ୍ୟରୁ ହୃଦ୍ ରୋଗ ଅଧିକ ଲୋକଙ୍କ ଠାରେ ଦେଖିବାକୁ ମିଳୁଛି । ସେଥିପାଇଁ ଔଷଧର ସାହାରା ନେଇଥାନ୍ତି ଅନେକ ଲୋକ । ଯଦି ଆପଣମାନେ ହୃଦ୍ ରୋଗ ହେବାରୁ ରକ୍ଷା ପାଇବା ପାଇଁ ଚାହୁଁଛନ୍ତି ତେବେ ଏହି ସବୁଜ ପରିବା ସେବନ କରନ୍ତୁ ।
ଯେଉଁ ସବୁଜ ପରିବା କଥା ଆମେ ଆପଣଙ୍କୁ କହୁଛୁ ତାହା ହେଉଛି ବ୍ରୋକଲି । ଆଜ୍ଞା ହଁ ବ୍ରୋକଲିରେ ଭରପୁର ମାତ୍ରାରେ ଆଣ୍ଟିଅକ୍ସିଡେଣ୍ଟ ଏବଂ ଫାଇଟୋକେମିକାଲସ୍ ଥାଏ । ଯାହା ଶରୀର ପାଇଁ ଖୁବ୍ ଉପଯୋଗୀ । ବ୍ରୋକଲିରେ କ୍ୟାରୋଟିନାଇଡ ଲ୍ୟୁଟିନର ମାତ୍ରା ଅଧିକ ଥାଏ । ଯାହା ହାର୍ଟର ଧମନିକୁ ମୋଟା ହେବାରୁ ରକ୍ଷା କରିଥାଏ । ସେଥିପାଇଁ ହାର୍ଟ ସୁସ୍ଥ ରହିଥାଏ । ଯାହାଫଳରେ ଆଗକୁ କୌଣସି ହାର୍ଟ ସମ୍ବନ୍ଧୀୟ ସମସ୍ୟା ହୋଇନଥାଏ ।