ଗଞ୍ଜାମ(ଏଟିଆର ବ୍ୟୁରୋ): କିଛିଦିନ ପୂର୍ବରୁ ଓଡିଆ ସର୍ଟ ଫିଲ୍ମ ମାସ୍କକୁ ଆନ୍ତର୍ଯାତୀୟ ସ୍ତରରେ ପୁରସ୍କୃତ କରାହୋଇଥିଲା । ତେବେ ପୁଣି ଥରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁର ନୃତ୍ୟମ ଅନୁଷ୍ଠାନର ଗୁରୁ ତଥା ଚଳଚ୍ଚିତ୍ର ନିର୍ଦ୍ଦଶକ ଶ୍ରୀ କୃଷ୍ଣ ଚନ୍ଦ୍ର ସାହୁଙ୍କ ନିର୍ଦ୍ଦେଶିତ ୨ଟି ଫିଲ୍ମ ‘ଭୋକାଲ ଫର୍ ଲୋକାଲ ଫେଷ୍ଟିଭାଲ’ ୨୦୨୦ ମସିହାର ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ବିବେଚିତ ହୋଇଛି।
ସେହିପରି କରୋନା ମହାମାରୀକୁ ନେଇ ସର୍ବତ ସଚେତନର ବାର୍ତ୍ତା ଦେଉଥିବା ଚଳଚ୍ଚିତ୍ର ଅଭିଳାଷକୁ ଲକ୍ଡାଉନ୍ ସମୟରେ ବହୁ ଜାତୀୟ ଏବଂ ଅନ୍ତର୍ଜାତୀୟ ପୁରସ୍କାର ମିଳିଥିଲା । ସେହିପରି ପୁଣିଥରେ ଇଷା ଭିଜନର ସନ୍ନ୍ୟାସୀ ମହାରଣାଙ୍କ ଦ୍ବାରା ପ୍ରଯୋଜିତ ଓ କୃଷ୍ଣ ଚନ୍ଦ୍ର ସାହୁଙ୍କ ଦ୍ବାରା ନିର୍ଦ୍ଦେଶିତ ସଚେତନତା ଧର୍ମି କ୍ଷୁଦ୍ର ଚଳଚ୍ଚିତ୍ର “ ଅଭିପ୍ସା ” ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ଡିଜିଟାଲ ଇଣ୍ଡିଆ ଏନ୍ସେଟିଭ୍ ଫେଷ୍ଟିଭାଲ ୨୦୨୦ ମସିହାରେ ପ୍ରଦର୍ଶିତ ହୋଇଥିଲା। ଅଗଷ୍ଟ ୧୫ ତାରିଖରେ ଏହି ଚଳଚ୍ଚିତ୍ର ଶ୍ରେଷ୍ଠ ବିବେଚିତ ହୋଇଛି ।
କ୍ଷୁଦ୍ର ଚଳଚିତ୍ର “ଅଭିପ୍ସା ” ର କୁନି କଳାକାର ଇ.ସଂଚିତା ପାତ୍ର ଓ ପ୍ରିତୀ ରଞ୍ଜନ ପ୍ରଧାନଙ୍କ ନିଖୁଣ ଅଭିନୟ ବିଚାରକ ମଣ୍ଡଳୀଙ୍କ ହୃଦୟ ସ୍ପର୍ଶୀ ହୋଇଥିଲା। ଶ୍ରୀ କୃଷ୍ଣ ଚନ୍ଦ୍ର ସାହୁ ଓ ଟିମ୍ଙ୍କ ଲଗାତାର ୨ଟି ସଫଳତା ପାଇଁ ପ୍ରଶଂସକ ମହଲ ତରଫରୁ ଅଭିନନ୍ଦନର ସୁଅ ଛୁଟିଛି । ମାସ୍କର ସଫଳତା ପରେ ଏହି ଦୁଇଟି ଫିଲ୍ମର ସଫଳତା ବଞ୍ଜାମ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଦେଇଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024