ପୁରୀ (ଏଟିଆର ବ୍ୟୁରୋ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଶ୍ରୀମନ୍ଦିର ଗସ୍ତ କରି ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି । ସୂଚନା ଅନୁସାରେ ଚଳିତ ନୂଆବର୍ଷ ଅବସରରେ ମୁଖ୍ୟମନ୍ତ୍ରୀ ଦର୍ଶନ କରିଛନ୍ତି । ପହିଲାରେ ମୁଖ୍ୟମନ୍ତ୍ରୀଙ୍କ ଭିଣୋଇଙ୍କ ଦେହାନ୍ତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନୂଆବର୍ଷରେ ଶୋକ ପାଳନ କରିଥିଲେ । ମୁଖ୍ୟମନ୍ତ୍ରୀ ଏକ ସ୍ୱତନ୍ତ୍ର ବ୍ୟାଟେରୀ ଗାଡିରେ ଶ୍ରୀମନ୍ଦିରରେ ପହଞ୍ଚିଥିଲେ । ମୁଖ୍ୟମନ୍ତ୍ରୀ ସିଂହଦ୍ୱାରରେ ଦୀପ ପ୍ରଜ୍ୱଳନ ପୂର୍ବକ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ।
ସେଠାରେ ପହଞ୍ଚି ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଦେଖିବା ସହିତ ଅଗକୁ ପୁରୀକୁ ଆହୁରି ଅଧିକ ସୁନ୍ଦର କରାଯିବ ବୋଲି ଘୋଷଣା କରିଛନ୍ତି । ମନ୍ଦିର ଭିତରେ ୨୦ ମିନିଟ ରହିଥିଲେ ମୁଖ୍ୟମନ୍ତ୍ରୀ । ମହାପ୍ରଭୁଙ୍କୁ ଦର୍ଶନ କରିବା ସହିତ ପୁରୀରେ ନବେକଳେବର ପାଇଁ ୫୧୦ କୋଟି ଟଙ୍କାର ୭ ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଜେଲ ରୋଡ ବହୁତଳ ପାର୍କିଂ, ବେଳାଭୂମିରେ ଭେଣ୍ଡିଂ ଜୋନ୍, ମାର୍କେଟ ଛକରେ ମାର୍କେଟ କମପ୍ଲେକ୍ସ, ଶ୍ରୀଜଗନ୍ନାଥବଲ୍ଲଭ ଯାତ୍ରୀ ସେବା କେନ୍ଦ୍ର, ସ୍ୱର୍ଗଦ୍ୱାର ଶ୍ମଶାନ ଘାଟର ସୌନ୍ଦର୍ୟ୍ୟକରଣ ପ୍ରକ୍ଳପ ସବୁ ରହିଥିଲା । ସୂଚନାଯୋଗ୍ୟ ଏଇ ନିକଟରେ ଶ୍ରୀମନ୍ଦିରକୁ ଆହୁରି ସୁନ୍ଦର ଓ ସୁରକ୍ଷିତ କରିବା ପାଇଁ ଶ୍ରୀମନ୍ଦିର ଚତୁପାଶ୍ୱର୍ରୁ ଉଚ୍ଛେଦ କରାଯାଇଛି ।