ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରତ୍ୟେକ ଦିନ ଭାରତର କୋଟି କୋଟି ଯାତ୍ରୀ ଟ୍ରେନରେ ଯାତ୍ରା କରିଥାନ୍ତି । ଟ୍ରେନ ଯାତ୍ରା ଖୁବ୍ ଆରାମ ଦାୟକ ହୋଇଥାଏ । କିନ୍ତୁ ଆପଣମାନେ କେବେ ଦେଖିଛନ୍ତି କି ଷ୍ଟେସରୁ ଟ୍ରେନ ବାହାରିଲା ଟ୍ରେନ ଶେଷରେ ଏକ ରେଳ କର୍ମଚାରୀ ରହି ସବୁଜ ପତାକା ଦେଖାଇଥାନ୍ତି । ଏହାସହିତ ଟ୍ରେନର ଶେଷ ବଗିରେ ଏକ ବଡ ‘X’ ଚିହ୍ନ ରହିଥାଏ । ତେବେ ଆସନ୍ତୁ ଜାଣିବା ଏହାର କାରଣ..
ଆପଣମାନଙ୍କ ମନରେ ବିଚାର ଆସିଥିବ କି ଏହା ବିପଦର ସଂକେତ କିନ୍ତୁ ଏଭଳି କିଛି ନୁହେଁ । ଏହାର କାରଣ ହେଉଛି ଏହା ଟ୍ରେନର ଶେଷ ବଗି । ଏହା ପଛରେ କୌଣସି ଟ୍ରେନ ବଗି ନାହିଁ । ସେଥିପାଇଁ ଟ୍ରେନର ଶେଷରେ ଏହି ଚିହ୍ନ ଦିଆଯାଇଥାଏ । ଏହାସହିତ ଏହି ଚିହ୍ନ ଦୁର୍ଘଟଣା ରକ୍ଷା ପାଇବା ପାଇଁ ଦିଆଯାଇଥାଏ । ବେଳେ ବେଳେ ଟ୍ରେନର ମଝିରୁ କିଛି ବଗି ବାହାରି ଯାଏ ଏବଂ ଇଞ୍ଜିନ ସହ କିଛି ବଗି ଆଟାଚ୍ ହୋଇ ଆଗକୁ ମାଡିଚାଲେ, ସେଥିପାଇଁ ଟ୍ରେନର ଶେଷ ବଗିରେ ଏହି ଚିହ୍ନ ରହିଥାଏ । ରାତିରେ ତ ଏହି ଚିହ୍ନ ଦେଖା ଯିବ ନାହିଁ କେମିତି ଜାଣିବେ ଟ୍ରେନର ସମସ୍ତ ବଗି ସୁରକ୍ଷିତ ଅଛି ବୋଲି, ସେଥିପାଇଁ ଏକ ଲାଲା ରଙ୍ଗର ବତି ଧପ ଧପ ହୁଏ, ଏହାର ଅର୍ଥ ସମସ୍ତ ବଗି ସୁରକ୍ଷିତ ।