ଯାଜପୁର,(ଏଟିଆର ବ୍ୟୁରୋ): ଶେଷରେ ତଡ଼ା ଖାଇଲେ ସରପଞ୍ଚ । ଯାବତୀୟ ବେଆଇନ କାର୍ଯ୍ୟ କରି ଢ଼େରଦିନ ହେବ ନିଜର ମନମାନି ଚଳାଇଥିଲେ । ସାହାସ ଏତେ ବଢ଼ିଯାଇଥିଲା ଯେ କାହାରିକୁ ଖାତିର ନଥିଲା ତାଙ୍କର ।
ନିକଟରେ ବିଡ଼ିଓଙ୍କୁ ମାଡ଼ ମାରି ତ’ ଏହି ନାମାଯାଦା ସରପଞ୍ଚନିଜର ଗୁଣ୍ଡାଗର୍ଦ୍ଦିର ଆଉ ଏକ ପରିଚୟ ଦେଇଥିଲେ । ତେବେ ଯାହାହେଉ ଶେଷରେ ରାଜ୍ୟ ସରକାରଙ୍କ ପଞ୍ଚାୟତୀ ରାଜ ବିଭାଗ ଏଭଳି ସରପଞ୍ଚକୁ ନିଜ ପଦବୀରୁ ତଡିଛନ୍ତି । ସେପଟେ ଏହି ସୂଚନା ମିଳିବା ପରେ ସ୍ଥାନୀୟ ଲୋକେ ଆଶ୍ୱସ୍ତି ହୋଇଛନ୍ତି । ଘଟଣାଟି ହେଉଛି ଯାଜପୁର ଜିଲ୍ଲା ବରି ଅଞ୍ଚଳର ।
ତଡ଼ା ଖାଇଥିବା ସରପଞ୍ଚ ଜଣଙ୍କ ହେଉଛନ୍ତି ବରି ପଞ୍ଚାୟତର ରମାକାନ୍ତ ମଲ୍ଲିକ । ତାଙ୍କ ନାମରେ ଦୁର୍ନୀତି ଓ ବିଡ଼ିଓଙ୍କୁ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଘଟଣାର ତଦନ୍ତ କରାଯାଇ ମଙ୍ଗଳବାର ତାଙ୍କୁ ରାଜ୍ୟ ସରକାର ଉଚିତ ସବକ ଶିଖାଇଛନ୍ତି ।