ଜଗତସିଂହପୁର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ଦିନକୁ ଦିନ ବଢିବାରେ ଲାଗିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ସରକାରଙ୍କ ପକ୍ଷରୁ ଲକଡାଉନ ଓ ସଟହାଉନ ଭଳି ବ୍ୟବସ୍ଥା ଉଠାଯିବା ସହ କୋଭିଡ ଗାଇଡ ଲାଇନକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି । ହେଲେ କିଛି ସ୍ଥାନରେ ଲୋକେ ଏହି କୋଭିଡ ଗାଇଡଲାଇନକୁ ପାଳନ କରୁନାହାନ୍ତି ।
ଯାହାଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ ଜଗସିଂହପୁର ଜିଲ୍ଲାରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳୁଛି । ଯେଉଁଠି କୋଭିଡ ନିୟମ ଲୋକ ନମାନିବାରୁ ସେଠାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଯାହାକୁ ଆଖିଆଗରେ ରଖି ଜିଲ୍ଲାପ୍ରଶାସନ ପକ୍ଷରୁ କିଛି ଅଞ୍ଚଳକୁ କଣ୍ଟେମେଣ୍ଟ ଜୋନ ଘୋଷଣା କରାଯାଇଛି । ଆଜି ଜଗସିଂହପୁର ଜିଲ୍ଲାର ଚର୍ଚ୍ଚିକା ବଜାର ଠାରୁ ଚାନ୍ଦୁରା ରାସ୍ତା ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।
ସୂଚନାନୁଯାୟୀ ଜଗତସିଂହପୁର ଜିଲ୍ଲା ଅଦାଲତରେ ୧୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି । ତେବେ ଆସନ୍ତା ୨୭ତାରିଖ ପର୍ଯ୍ୟନ୍ତ ଏହି ରାସ୍ତାରେ କୌଣସି ଯାନବାହାନ ଚଳାଚଳ କରିପାରିବ ନାହିଁ । ଏଥିସହ ଏହି ଅଞ୍ଚଳରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିବ । ଏବଂ ଏହି ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି । ତେବେ ଏହି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଓ ମେଡିସିନ ପ୍ରଭୁତି ଜଗତସିଂହପୁର ପୌର ପରିଷଦ ଦ୍ୱାରା ଗଠିତ ଟିମ ମାଧ୍ୟମରେ ଲୋକଙ୍କ ପାଖରେ ଯୋଗାଇ ଦିଆଯିବ ।
ଜଗତସିଂହପୁର ଜିଲ୍ଲାର ଏହି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଜିଲ୍ଲା ପ୍ରଶାସନ
Tags #AtrNews #Odisha