ବାରିପଦା ( ଏଟିଆର ବ୍ୟୁରୋ): ଆସନ୍ତା ନମ୍ଭେମ୍ବର ପହିଲାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ । ଏନେଇ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ସୂଚନା ଅନୁସାରେ ଶିମିଳିପାଳ ଭିତରକୁ ପ୍ରବେଶ କରିବା ପାଇଁ କିଛି ନୀତି ନିୟମ ଧାର୍ଯ୍ୟ କରାଯାଇଛି । ବାରିପଦା ରୁ ପିଠାବଟା ଗେଟ୍ ଦେଇ ପ୍ରଥମେ ଆସିଥିବା ୨୫ଟି ୪ ଚକିଆ ଗାଡି ଓ ଯଶିପୁର ରୁ କାଳିଆଣି ଗେଟ୍ ଦେଇ ପ୍ରଥମେ ଆସିଥିବା ୩୫ ଟି ଗାଡିକୁ ଭିତରକୁ ପ୍ରବେଶ କରି ପାରିବେ।
ଏହା ଠାରୁ ଅଧିକ ଗାଡି ପ୍ରବେଶ କରିପାରିବେ ନାହିଁ । ସେହିଭଳି ଏମାନଙ୍କ ପ୍ରବେଶ ପ୍ରସ୍ଥାନ ପାଇଁ ସ୍ୱତନ୍ତ୍ର ସମୟ ମଧ୍ୟ ଧାର୍ଯ୍ୟ କରାଯାଇଛି । କେବଳ ସକାଳ ୬ ଟାରୁ ଦିନ ୯ଟା ପର୍ଯ୍ୟନ୍ତ ଏଥି ମଧ୍ୟକୁ ପ୍ରବେଶ କରିବା ପାଇଁ ଅନୁମତି ଦିଆଯିବ । ସେହିଭଳି ପର୍ଯ୍ୟଟକ ମାନେ ସନ୍ଧ୍ୟା ୬ ଟା ସୁଦ୍ଧା ଗେଟ ଛାଡିବେ ।