ମୁମ୍ବାଇ (ଏଟିଆର ବ୍ୟୁରୋ): ଆଜି ଦିଗଜ୍ କଣ୍ଠଶିଳ୍ପୀ ତଥା ଭାରତ ରତ୍ନ ଲତା ମଙ୍ଗେସକରଙ୍କ ୮୯ତମ ଜନ୍ମ ଦିବସ । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲତା ଦିଦିଙ୍କୁ ତାଙ୍କ ଜନ୍ମ ଦିନର ଶୁଭେଚ୍ଛା ଜଣାଇବା ସହ ତାଙ୍କର ସୁସ୍ଥ ଶରୀର ଏବଂ ଦୀର୍ଘ ଆୟୁଷ କାମନା କରିଛନ୍ତି ।
ରାଷ୍ଟ୍ରପତି ଟ୍ୱଟ୍ କରି କହିଛନ୍ତି, ଭାରତ ରତ୍ନରେ ସମ୍ମାନିତ ହୋଇଥିବା ଲତା ମଙ୍ଗେସକରଙ୍କୁ ଜନ୍ମ ଦିନର ଶୁଭକାମନା । ମୋର କାମନା ତାଙ୍କର ମଧୁର ସ୍ୱର ବର୍ଷ ବର୍ଷ ଧରି ସାରା ଦେଶରେ ଥିବା ପ୍ରଶଂସକଙ୍କୁ ଏଭଳି ମନ୍ତ୍ରମୁଗ୍ଧ କରୁଥାଉ ।
Birthday greetings and best wishes for a long and healthy life to @mangeshkarlata, who has been honoured with the Bharat Ratna. May her melodious voice continue to mesmerise millions across the world for years to come #PresidentKovind
— President of India (@rashtrapatibhvn) September 28, 2018
ଅନ୍ୟପଟରେ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ ରେ ଲେଖିଛନ୍ତି କି, ଲତା ଦିଦି ଆପଣଙ୍କୁ ଜନ୍ମ ଦିନର ଶୁଭକାମନା । ଆପଣଙ୍କ କାମ କୋଟି କୋଟି ଭାରତୀୟଙ୍କୁ ପ୍ରେରିତ କରିଛି । ଆପଣ ସର୍ବଦା ଆମ ଦେଶର ବିକାଶକୁ ନେଇ ଉତ୍ତେଜିତ ରହିଛନ୍ତି । ଆପଣ ସୁସ୍ଥ ରହିବା ସହ ଦୀର୍ଘାୟୁ ହୁଅନ୍ତୁ ।
Respected Lata Didi, best wishes to you on your birthday. Your exceptional work, spanning decades has endeared you to crores of Indians. You have always been passionate about our country’s development. May you lead a long life filled with good health. @mangeshkarlata
— Narendra Modi (@narendramodi) September 28, 2018