ବେଙ୍ଗାଲୁରୁ(ଏଟିଆର ବ୍ୟୁରୋ): କନ୍ନଡ ଅଭିନେତ୍ରୀ ସମ୍ୟୁକ୍ତା ହେଗେଡଙ୍କୁ ପାର୍କରେ ଅସଦାଚରଣ କରାଯାଇଛି । ସନ୍ଧ୍ୟା ସମୟରେ ବାୟାମ କରିବାକୁ ବେଙ୍ଗାଲୁରୁ ଆଗ୍ରା ଲେକ୍ର ଏଚଆରଏସ ଲେଆଉଟ୍ ପାର୍କକୁ ନିଜର ଦୁଇ ସାଙ୍ଗଙ୍କ ସହିତ ଯାଇଥିବା ଅଭିନେତ୍ରୀ ସମ୍ୟୁକ୍ତା ହେଗେଡଙ୍କୁ ସର୍ବସାଧାରଣରେ ଅସୁବିଧାର ସାମ୍ନା କରିବାକୁ ପଡିଛି । ସର୍ବ ସାଧାରଣ ସ୍ଥାନରେ ସ୍ପୋର୍ଟ୍ସ ବ୍ରା ପିନ୍ଧି ବ୍ୟାୟାମ କରୁଥିବା ଅଭିନେତ୍ରୀ ହେଗଡେଙ୍କୁ ଏଆଇସିସିର ସଦସ୍ୟ କବିତା ରେଡ୍ଡୀଙ୍କ ନେତୃତ୍ଵରେ ସାଧାରଣ ଜନତା ବିରୋଧ କରିଛନ୍ତି। ସର୍ବ ସାଧାରଣ ସ୍ଥାନରେ ଏପରି ପୋଷାକ ପିନ୍ଧିବାକୁ ସେମାନେ ବାରଣ କରିଥିଲେ । ସମ୍ୟୁକ୍ତା ହେଗଡେ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି ଯେ, ଲୋକେ ତାଙ୍କୁ ଏଆଇସିସି ସଦସ୍ୟ କବିତା ରେଡ୍ଡୀଙ୍କ କଥାରେ କଥା ମିଶାଇ ଡ୍ରଗ୍ସ ସେବନ କରୁଥିବାର ମିଛ ଅଭିଯୋଗ କରିଛନ୍ତି। ମୁଁ ଜଣେ ଅଭିନେତ୍ରୀ ହୋଇଥିବା କାରଣରୁ ଲୋକେ ମୋ ବିରୋଧରେ ଏମିତି ଅଭିଯୋଗ କରିଥିବା ସେ କହିଛନ୍ତି।
ଏଆଇସିସି ସଦସ୍ୟ କବିତା ରେଡ୍ଡୀ ଘଟଣାସ୍ଥଳକୁ ପୋଲିସକୁ ଡକାଇଥିଲେ। ସମ୍ୟୁକ୍ତା ପୋଷ୍ଟ କରିଥିବା ଇଷ୍ଟାଗ୍ରାମ ଭିଡିଓରେ ଏଆଇସିସିର ସଦସ୍ୟ କବିତା ରେଡ୍ଡୀ ତାଙ୍କ ସାଙ୍ଗଙ୍କୁ ଚାପୁଡା ମାରିବାକୁ ଚେଷ୍ଟା କରିଥିବାର ଦେଖାଯାଇଛି । ପରେ ପୋଲିସ ତାଙ୍କୁ ଓ ତାଙ୍କ ସାଙ୍ଗଙ୍କୁ ସେହି ସ୍ଥାନ ଛାଡି ଚାଲି ଯିବା ପାଇଁ କହିଥିଲେ । ଜଣେ ମହିଳାଙ୍କୁ ଆଉଜଣେ ମହିଳାଙ୍କ ଅସମ୍ମନ କରିବା ଲଜ୍ୟାଜନକ ବୋଲି କହିଛନ୍ତି ସମ୍ୟୁକ୍ତା ଓ ତାଙ୍କ ଫ୍ୟାନ୍ସ । ପୋଷାକକୁ ନେଇ ଝିଅଙ୍କୁ ଜଜ କଲେ ଦେଶ ଆଗେଇ ପାରିବ ନାହିଁ ବୋଲି ସେ ତାଙ୍କ ଇଷ୍ଟାଗ୍ରାମ ପୋଷ୍ଟରେ କହିଛନ୍ତି ।
JUST IN
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ଭବାନୀପାଟଣା | 26 Apr 2024
-
ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଆଜି ଶେଷ ଦିନ | 25 Apr 2024
-
ସକାଳ ସାଢେ ୮ ସୁଦ୍ଧା ୩୬ ଡିଗ୍ରୀ ଛୁଇଁଲା ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ଅନୁଗୁଳ | 25 Apr 2024