ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଲିମ୍ବ ପତ୍ର ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏଥିରେ ରାସାୟନିକ ଦ୍ରବ୍ୟ ଥାଏ ଯାହା ବ୍ଲଡ ସୁଗାର ମାତ୍ରାକୁ ନିୟନ୍ତ୍ରଣରେ ରଖେ । ଏହାସହିତ ଲିମ୍ବ ପତ୍ର ଖାଇବା ଦ୍ୱାରା କେଶରେ ରୂପି ସମସ୍ୟାରୁ ରକ୍ଷା ମିଳିଥାଏ, ଏବଂ ଚର୍ମ ରୋଗରୁ ମୁକ୍ତି ମିଳେ ।
– ଲିମ୍ବ ପତ୍ରରେ ଫଙ୍ଗସରୋଧି ଏବଂ ଜୀବାଣୁ ରୋଧି ଗୁଣ ଅଧିକ ଥାଏ । ଏହା ରୂପି ଦୂର କରିବାରେ ଏବଂ ଚର୍ମକୁ ସୁସ୍ଥ ରଖିବାରେ ଲାଭଦାୟକ ହୋଇଥାଏ । ରୂପି ସମସ୍ୟାରୁ ରକ୍ଷା ପାଇବାକୁ ହେଲେ ଲିମ୍ବ ପତ୍ରକୁ ପାଣିରେ ଫୁଟାଇ ମୁଣ୍ଡ ଧୁଅନ୍ତୁ ।
– ଲିମ୍ବ ପତ୍ର ଖାଇବା ଦ୍ୱାରା ଦାନ୍ତ ରୋଗ ଦୂର ହୁଏ ।
– ମଧୁମେୟ ରୋଗ ନିୟନିୟନ୍ତ୍ରଣ କରିବାରେ ଲିମ୍ବ ପତ୍ର ଖୁବ୍ ଲାଭଦାୟକ । ସେଥିପାଇଁ ନିୟମିତ ଲିମ୍ବ ପତ୍ର ଖାଇବା ଜରୁରୀ ।
– ପେଟରେ ଜୀବାଣୁ ମାରିବା ପାଇଁ ଲିମ୍ବ ପତ୍ର ବହୁତ ଫାଇଦା ହୋଇଥାଏ । ପ୍ରତିଦିନ ଖାଲି ପେଟରେ ଲିମ୍ବ ପତ୍ର ଚୋବାଇ ଖାଇବା ଦ୍ୱାରା ଜୀବାଣୁ ମୂଳରୁ ମରି ଯାଇଥାନ୍ତି ।
– ଏହାସହିିତ ଆପଣ ଲିମ୍ବ ପତ୍ର ଖାଇବା ଦ୍ୱାରା ସଂକ୍ରମଣ ରୋଗ ଆପଣଙ୍କ ପାଖ ମାଡିବ ନାହିଁ ।