ପୁରୀ (ଏଟିଆର ବ୍ୟୁରୋ): କୋଟି କୋଟି ଭକ୍ତଙ୍କର ଦେବତା ହେଉଛଉନ୍ତି ଶ୍ରୀ ଜଗନ୍ନାଥ ମହାପ୍ରଭୁ । ଆସନ୍ତାକାଲିଠୁ ମହାପ୍ରଭୁଙ୍କୁ ଧାଡି ଦର୍ଶନ କରିବେ ଭକ୍ତ । ଏନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଭକ୍ତମାନେ ସିଂହଦ୍ୱାର ଦେଇ ପ୍ରବେଶ କରିବେ ଏବଂ ଅନ୍ୟ ତିନୋଟି ଦ୍ୱାର ଦେଇ ପ୍ରସ୍ଥାନ କରିବେ ।
ପରୀକ୍ଷାମୂଳକ ଭାବେ ପ୍ରଥମେ ପୋଲିସ ପ୍ରଶାସନ ପକ୍ଷରୁ ଏହି ନିୟମ ଆରମ୍ଭ କରାଯିବ । ତାପରେ ସ୍ଥାୟୀ ଭାବେ ପାଳନ କରାଯିବ । ମହାପ୍ରଭୁଙ୍କୁ ଭକ୍ତମାନେ ଶୃଙ୍ଖଳିିତ ଦର୍ଶନ କରିବା ଲାଗି ବାଇଶି ପାହାଚର ଦୁଇ ପାଶ୍ୱର୍ ଖୋଳା ଯାଇଛି । ଯାହାକି ଲୁହା ବାଡର ବ୍ୟବସ୍ଥା କରାଯିବ ।
ମାତ୍ର ବାଇଶ ପାହାଚ ଖୋଳିବାକୁ ନେଇ ଭକ୍ତ ଗହଣରେ ଅସନ୍ତୋଶ ପ୍ରକାଶ ପାଇଛି । କାରଣ ଶ୍ରୀମନ୍ଦିରରେ ବାଇଶି ପାହାଚର ଅନେକ ମାହାତ୍ମ୍ୟ ରହିଛି ।