ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) ; ଆଜି ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଜନ୍ମଦିନ । ୧୯୪୫ ମସିହାର ଆଜିର ଦିନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉତ୍ତର ପ୍ରଦେଶର କାନପୁର ଦେହତ ଜିଲ୍ଲାର ପାରାଉଖ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ବୃତିରେ ଜଣେ ଓକିଲ ଥିଲେ ବି ଆଜି ସେ ଭାରତର ପ୍ରଥମ ନାଗରିକ ହେବାର ସୌଭାଗ୍ୟ ହାସଲ କରି ପାରିଛନ୍ତି ।
ରାଜନୀତିକୁ ଆସିବା ପୂର୍ବରୁ ସେ ଓକିଲାତି କରୁଥିଲେ । ଦିଲ୍ଲୀ ହାଇକୋର୍ଟ ସମେତ ସୁପ୍ରିମକୋର୍ଟରେ ବି ଦୀର୍ଘ ୧୬ ବର୍ଷ ଧରି ସେ ଓକିଲାତି କରିଥିଲେ । ସେ ୧୯୯୪ରୁ ୨୦୦୬ ପର୍ଯ୍ୟନ୍ତ ରାଜ୍ୟସଭାର ସଦସ୍ୟ ଥିବା ବେଳେ ୨୦୧୫ ରୁ ୨୦୧୭ ପର୍ଯ୍ୟନ୍ତ ବିହାରର ରାଜ୍ୟପାଳ ଭାବେ କାର୍ଯ୍ୟ ତୁଲାଇଥିଲେ । ତେବେ ଗତବର୍ଷ ଜୁଲାଇ ୨୫ ତାରିଖରେ ରାମନାଥ କୋବିନ୍ଦ ଭାରତର ୧୪ ତମ ରାଷ୍ଟ୍ରପତି ହୋଇଥିଲେ ।
ସେପଟେ ରାଷ୍ଟ୍ରପତିଙ୍କ ଜନ୍ମଦିନ ହୋଇଥିବାରୁୁ ତାଙ୍କୁ ବିଭିନ୍ନ ମହରୁ ଜନ୍ମଦିନର ଶୁଭେଚ୍ଛା ବାର୍ତ୍ତା ଆସିବାରେ ଲାଗିଛି । ଦେଶର ବହୁ ବଡ ବଡ ନେତା , ମନ୍ତ୍ରୀ ଙ୍କ ସମେତ ଦେଶବାସୀ ତାଙ୍କୁ ତାଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତିଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି । ସେ ଟ୍ୱିଟ କରି ରାଷ୍ଟ୍ରପତିଙ୍କ ସୁସ୍ଥ ଓ ନିରାମୟ ଜୀବନ ପାଇଁ ପାଇଁ ପାର୍ଥନା କରିଛନ୍ତି । ରାଷ୍ଟ୍ରପତିଙ୍କ ଜ୍ଞାନ ଓ ଧାରଣାରୁ ଭାରତ ଲାଭବାନ ହେବ ବୋଲି ମୋଦି ତାଙ୍କ ଟ୍ୱିଟରେ ଜଣାଇଛନ୍ତି । ଏହାଛଡା ଦେଶ ବାହାରୁ ମଧ୍ୟ ରାଷ୍ଟ୍ରପତିଙ୍କ ଜନ୍ମ ଦିନ ଲାଗି ଅଭିନନ୍ଦନର ସୁଅ ଛୁଟିଛି । ଆଜି