ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ‘ନ୍ୟାୟ’ ଯୋଜନାର ପ୍ରତିଶୃତି ପରେ ପୁଣି ଆଉ ଏକ ଯୋଜନା ବିଷୟରେ ଘୋଷଣା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ସର୍ବଦା ବେରୋଜଗାରକୁ ନେଇ ବିଜେପି ସରକାର ଉପରେ ହମଲା କରୁଥିବା ରାହୁଲ କହିଛନ୍ତି କି, ଯଦି କେନ୍ଦ୍ରରେ ତାଙ୍କ ସରାକର ଗଢି ଉଠେ ତେବେ ଗୋଟେ ବର୍ଷରେ ପାଖାପାଖି ୨୨ ଲକ୍ଷ ସରକାରୀ ଚାକିରି ଦିଆଯିବ । ବର୍ତ୍ତମାନ ହାରାହାରି ୨୨ ଲକ୍ଷ ସରାକରୀ ସରକାରୀ ଚାକିରୀ ପାଇଁ ପଦ ଖାଲି ଅଛି । ଯଦି ପାର୍ଟି ସତ୍ତାକୁ ଆସିଲା ତେବେ ୩୧ ମାର୍ଚ୍ଚ ୨୦୨୦ ମଧ୍ୟରେ ଏହି ସମସ୍ତ ପଦ ଭରି କରିଦିଆଯିବ ।
ଲୋକସଭା ନିର୍ବାଚନର ପ୍ରଥମ ଫେଜ୍ ର ଠିକ୍ ୧୦ ଦିନ ପୂର୍ବରୁ ରାହୁଲ ଗାନ୍ଧୀ ଏହି ବଡ ଘୋଷଣା କରିଛନ୍ତି । ତାଙ୍କ କହିବାନୁଯାୟୀ ଯଦି ତାଙ୍କ ଦଳ ସତ୍ତାକୁ ଆସିଲା ତେବେ ୩୧ ମାର୍ଚ୍ଚ ୨୦୨୦ ଭିତରେ ଖାଲି ପଡିଥିବା ୨୨ ଲକ୍ଷ ସରକାରୀ ଚାକିରୀ ପଦକୁ ପୂରଣ କରାଯିବ ।
ରାଜନୈତିକ ବିଶ୍ଳେଷକଙ୍କ ଅନୁସାରେ, ନ୍ୟୁନତମ ଆୟ ତଥା ନ୍ୟାୟ ଯୋଜନାର ପ୍ରତିଶୃତି ପରେ ଏହା ରାହୁଲ ଗାନ୍ଧୀଙ୍କ ଦ୍ୱିତୀୟ ବଡ ଘୋଷଣା ।
ଖବରମୁତାବକ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର ଦକ୍ଷିଣ ଭାରତ ଯାଇଥିଲେ । ଆନ୍ଧ୍ରପ୍ରଦେଶର ବିଜୟୱାଡାରେ ବି ସେ ପ୍ରଧାନମନ୍ତ୍ରୀ ଏବଂ ବିଜେପି ସରକାରଙ୍କ ଉପରେ ହମଲା କରିଥିଲେ । ।