ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ପୁଣି ଆନ୍ଦୋଳନକୁ ଓହ୍ଲାଇଲା ବିଜେଡି । ତୈଳଦର ବୃଦ୍ଧିକୁ ନେଇ ବିଜେଡି ଜଣାଇଲା ପ୍ରତିବାଦ । ଆଜି ରାଜଭବନ ସମ୍ମୁଖରେ ବିଜେଡି ପକ୍ଷରୁ ଧାରଣା ଦିଆଯିବା ସହ ପ୍ରତିବାଦ ସଭା ମଧ୍ୟ କରାଯାଇଛି । ସମଗ୍ର ଦେଶରେ ପେଟ୍ରୋଲ , ଡିଜେଲ ଓ ଗ୍ୟାସର ଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିଛି ବିଜେଡି । ଆଜି ରାଜଭବନ ସମ୍ମୁଖରେ ଶତାଧିକ ବିଜେଡି କର୍ମୀ ଉପସ୍ଥିତ ରହି ଏହାର ପ୍ରତିବାଦ କରିଛନ୍ତି ।ଏହି ଅବସରରେ ବିଜେଡିର ଛାତ୍ର , ଯୁବ , ଓ ମହିଳା କର୍ମୀ ସାମିଲ ହୋଇଛନ୍ତି । ଯାଥାଶିଘ୍ର ତୈଳଦର ହ୍ରାସ କରିବାକୁ ସେମାନେ ଦାବି କରିଛନ୍ତି ।
ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ଆନ୍ତଃରାଷ୍ଟ୍ରୀୟ ବଜାରରେ ତେଲ ଦର କମିଲେ ଦେଶରେ ତେଲ ଦର ହ୍ରାସ ହେବ ବୋଲି କହିଛନ୍ତି । ଡଲାର ତୂଳନାରେ ଭାରତୀୟ ମୁଦ୍ରା ବ୍ୟବସ୍ଥିତ ହେବାରେ ଲାଗିଛି । ଭାରତ ଏହି ପ୍ରକ୍ରିୟାରେ ସବୁବେଳେ ଲାଗିଛି ବୋଲି ସେ କହିଛନ୍ତି । ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ଯେତେବେଳେ କେନ୍ଦ୍ର ସରକାର ଏକ୍ସସାଇଜ ଡ୍ୟୁଟି କମାଇଥିଲା ସେତେବେଳେ ରାଜ୍ୟ ସରକାର ଏକ୍ସସାଇଜ ଡ୍ୟୁଟି କମାଇନଥିଲା । ସେତେବେଳେ ରାଜ୍ୟ ଅର୍ଥ ମନ୍ତ୍ରୀ ବିତଣ୍ଡା ଯୁକ୍ତି ବାଢି ରାଜ୍ୟର କ୍ଷତି ହେଉଛି ବୋଲି କହିଥିଲେ । ତେବେ ଦାୟୀତ୍ୱହୀନ ଲୋକମାନଙ୍କ ମନ୍ତବ୍ୟ ଉପରେ ସେ କୌଣସି ଟିପ୍ପଣି ନ ଦେବାକୁ ଧର୍ମେନ୍ଦ୍ର ସିଧାସଳଖ କହିଛନ୍ତି ।