କଟକ ( ଏଟିଆର ବ୍ୟୁରୋ): କଟକକୁ ଘାରିଛି ସାଇକୋ କିଲର ଭୟ । ରାତି ହେଲେ ଭୟଭୀତ ଅସହାୟ ନରାଶ୍ରୟ ଲୋକ । ମାତିଛି ସାଇକୋ କିଲର । ଏକୁ ଟିଆ ଦେଖିଲେ କାଟି ଦେଉଛି ତଣ୍ଟି । ଯାହକାୁ ନେଇ ଗତ ଦୁଇଦିନ ହେଲା ପୋଲିସର ନିଦ ହଜି ଗଲାଣି । ଏହି ସାଇକୋ କିଲରକୁ ଠାବ କରିବା ପାଇଁ କଟକ କମିସନରେଟ ପୋଲିସ ଗଠନ କରିଛି ସ୍ୱତନ୍ତ୍ର ଟିମ । ସାରା ରାତି ପାଟ୍ରୋଲିଙ୍ଗ କରି ଅସହାୟ ନିରଶ୍ରୟ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେଉଥିବା ଦେଖା ଯାଇଛି । ଏମିତି କି କୌଣସି ବ୍ୟକ୍ତି ଉପରେ ସନ୍ଦେହ ହେଲେ ତାକୁ ତଲାସି କରାଯାଉଛି । ସୂଚନା ଅନୁସାରେ ପୋଲିସ କଟକ ରେଳ ଷ୍ଟେସନରେ ଅପେକ୍ଷା କରୁଥିବା ସାଧାରଣ ଲୋକଙ୍କୁ ବାହାରେ ନ ଶୋଇବା ପାଇଁ ନିର୍ଦେଶ ଦେଇଛି ।
ସମସ୍ତେ ରେଳ ଷ୍ଟେସନ ଭିତରେ ଶୋଇବାକୁ ପରାମର୍ଶ ଦେଇଛି । ହତ୍ୟାକାରୀକୁ ଖୋଜିବା ପାଇଁ ପୋଲିସ ହତ୍ୟାକାଣ୍ଡ ଆଖପାଖ ଅଞ୍ଚଳରୁ ସିସି ଟିଭି ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି । ପୋଲିସ କମିଶନର ମଧ୍ୟ ନାଇଟ ପାଟ୍ରୋଲିଙ୍ଗରେ ରହୁଛନ୍ତି । ଖୁବ ଶିଘ୍ର ଏହି ନରହନ୍ତା ପୋଲିସ ପଞ୍ଝାକୁ ଆସିବ ବୋଲ କହିଛନ୍ତିି ପୋଲିସ କମିଶନର ।ମଙ୍ଗଳବାର ସକାଳ, ରାଣୀହାଟ ପୋଲ ନିକଟରେ ଜଣେ ଶ୍ରମିକଙ୍କ ତଣ୍ଟିକାଟି ହତ୍ୟା । ବୁଧବାର ସକାଳ, ଓଏମ୍ ପି ଛକ ନିକଟରୁ ପୁଣି ସେହିଭଳି ଅବସ୍ଥାରେ ମିଳିଲା ଏକ ମୃତଦେହ ।
ବୁଧବାର ସକାଳ, ଏସ୍ସିବି ମେଡିକାଲ କାର୍ଡିଓଲୋଜି ଡିପାର୍ଟମେଣ୍ଟ ଆଗରେ ଜଣଙ୍କ ତଣ୍ଟିକାଟି ହତ୍ୟା । କିନ୍ତୁ ତାଙ୍କୁ ମୁମୁର୍ଷ ଅବସ୍ଥାରେ ଉଦ୍ଧାର କରାଯାଇ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପୋଲିସ କମିଶନର ସତ୍ୟଜିତ ମହାନ୍ତି, କଟକ ଡିସିପି ଅଖିଳେଶ୍ବର ସିଂଙ୍କ ସମେତ ସମସ୍ତ ଜୋନ ଏସିପି ଓ ଥାନା ଅଧିକାରୀ ଏବେ ଆକ୍ଟିଭ ମୋଡ୍ ରେ । ରାତି ଅଧରେ ପାଟ୍ରୋଲିଂ କରି ଦିନ ମଜୁରିଆଙ୍କୁ ସୁରକ୍ଷା ଯୋଗାଉଛି ପୋଲିସ । ରାତି ପ୍ରାୟ ୧୧ ଟାରୁ ୫ ଟା ପର୍ଯ୍ୟନ୍ତ କଟକ ଡିସିପି ଓ ବିଭିନ୍ନ ଜୋନ ଏସିପି ମାନେ ସହରର ବିଭିନ୍ନ ସ୍ଥାନରେ ପଇଁତରା ମାରୁଥିବା ସୂଚନା ମିଳିଛି ।