ମୁମ୍ବାଇ (ଏଟିଆର ବ୍ୟୁରୋ): ଟେଲିଭିଜନ ଜଗତର ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଷ୍ଟାରପ୍ଲସରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଧାରାବାହିକ ‘ୟେ ହୈ ମହବତେଂ’ ରେ ଚାକରାଣୀ ଭୂମିକାରେ ଅଭିନୟ କରୁଥିବା ନିଲୁ ଓରଫ ନିରୁ ଅଗ୍ରୱାଲ ଆଉ ଦୁନିଆରେ ନାହାନ୍ତି । କିଛି ଦିନ ହେବ ସେ ରୋଗରେ ପୀଡିତ ଥିଲେ । ଆଜି ସକାଳୁ ସେ ବାଥରୁମ୍ ରେ ପଡି ଯାଇଥିବାରୁ ତାଙ୍କୁ ହସ୍ପିଟାଲକୁ ନେବା ବେଳେ ତାଙ୍କର ମୃତ୍ୟୁ ହୋଇଛି ।
ନିରୁଙ୍କ ମୃତ୍ୟୁ ଖବର ତାଙ୍କ ଝିଅ ଧାରାବାହିକ ଟିମ୍ କୁ ଫୋନ କରି ଜଣାଇଥିଲେ । ତାପରେ ପୂରା ଟେଲିଭିନ ଜଗତରେ ଶୋକର ଛାୟା ଖେଳି ଯାଇଛି ।
ଅନ୍ୟପଟରେ ନିରୁଙ୍କ ମୃତ୍ୟୁକୁ ନେଇ ଧାରାବାହିକରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି ଯେ, ‘ଆପଣ ଏଭଳି ହଠାତ ଚାଲି ଯିବାରୁ ମୁଁ ଦୁଃଖିତ । ଗହଣାକୁ ନେଇ ଆମ ଦୁହିଁଙ୍କ ମଧ୍ୟରେ ହୋଇଥିବା ଶେଷ କଥା ମୋର ମନେ ଅଛି,ଯାହା ଦୁଇ ପୁଅଙ୍କ ବିଷୟରେ ହୋଇଥିଲା ।’
Neelu (Neeru),
When you are gone so suddenly, I am remembering our last few conversations…about your favorite gold jewellery, your two sons and one of them had a boxing bout. I could… https://t.co/N1ajhaRzcH— Divyanka T Dahiya (@Divyanka_T) October 2, 2018
ଦିବ୍ୟଙ୍କାଙ୍କ ବ୍ୟତୀତ ଧାରାବାହିକରେ ମୁଖ୍ୟ ଅଭିନେତା କରଣ ପଟେଲ ମଧ୍ୟ ସୋସିଆଲ ମିଡିଆ ଦ୍ୱାରା ନିରୁ ଅଗ୍ରୱାଲଙ୍କ ନିଧନରେ ଦୁଃଖ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ।