ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) ; ଆମେରିକାର ରାଷ୍ଟ୍ରପତିଙ୍କ ପାଖକୁ ଆସିଲା ସନ୍ଦିଗ୍ଧ ଲିଫାପା । ଯାହାକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା । ତେବେ ସନ୍ଦିଗ୍ଧ ଲିଫାପାରେ ଘାତକ ବିଷାକ୍ତ ପଦାର୍ଥ ଥିବା ସନ୍ଦେହ କରାଯାଉଛି । ରାଷ୍ଟ୍ରପତି ଟ୍ରମ୍ପ ଓ ପେଣ୍ଟାଗନକୁ ଆସିଥିବା ଏହି ଲିଫାପାରେ ବିଷାକ୍ତ ପଦାର୍ଥ ରାଇସିନ ଥିବା ସନ୍ଦେହ କରାଯାଇଛି । ସେପଟେ ଅନୁରୁପ ଭାବରେ ସେହି ଦିନ ପେଣ୍ଟାଗନର ଯାଞ୍ଚ କେନ୍ଦ୍ରକୁ ମଧ୍ୟ ସେଭଳି ଲିଫାପା ଆସିଥିବା ରକ୍ଷା ମନ୍ତ୍ରଣାଳୟ ତରଫରୁ ସୂଚନା ଦିଆଯାଇଛି ।
ତେବେ ରାଇସିନ ଅନ୍ୟନ୍ତ ବିଷାକ୍ତ ବୋଲି ଜଣା ପଡିଛି । ରାଇସିନକୁ ଶୁଙ୍ଘିଲେ ,ଗିଳିଲେ କିମ୍ବା ଇନଜେକ୍ସନ ରୂପେ ଶରୀରକୁ ନେଲେ ଏକା ପ୍ରାଣ ଘାତକ ହୋଇପାରେ । ଏହା ସିଆନାଇଡ ଠାରୁ ୬ ହଜାର ଗୁଣ ଅଧିକ ମାରାତ୍ମକ ବୋଲି ଜଣାପଡିଛି । ଏହା ପ୍ରଭାବନେ ବାନ୍ତି ହେବା , ରକ୍ତ ପ୍ରବାହ ବନ୍ଦ ହେବ , ଶ୍ୱାସ ନେବାରେ ଅସୁବିଧା ହୋଇଥାଏ ଯାହାଦ୍ୱାରା ଅଧିକ ସମୟ ବଞ୍ଚିବା ସମ୍ଭବ ହୋଇନଥାଏ । ସେପଟେ ରାଷ୍ଟ୍ରପତିଙ୍କୁ ସମ୍ଭୋଧନ କରି ଲେଖାଯାଇଥିବା ଲିଫାପାରେ ରାଇସିନ ଥିବା ଯୋଗୁ ଏହାକୁ ନେଇ ଯାଞ୍ଚ ଜାରି ରହିଛି । ତେବେ ସନ୍ଦିଗ୍ଧ ଲିଫାପାକୁ ହ୍ୱାଇଟ୍ ହାଉସ୍କୁ ନିଆଯାଇନଥିବା ଜଣାପଡିଛି ।