ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ଆସୁଛି ବାତ୍ୟା । ଓଡିଶା କୁ ମାଡିଆସୁଛି ‘ତିତଲି’ । ସାମ୍ଭାବ୍ୟ ବାତ୍ୟାର ଭୟ ଏବେ ଚାରିଆଡେ ଦେଖାଯାଇଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ତୀବ୍ର ଅବପାତର ରୂପନେଇ ଓଡିଶା ମୁହାଁ ହୋଇଛି । ଖୁବ କମ ସମୟ ମଧ୍ୟରେ ବାତ୍ୟାର ରୂପ ନେଇ ପଶ୍ଚିମ ଓଡିଶା ଆଡକୁ ଗତି କରୁଛି । ବର୍ତ୍ତମାନ ବାତ୍ୟାର ବେଗ ଘଣ୍ଟା ପ୍ରତି ୧୦ କିଲୋମିଟର ଥିବା ବେଳେ ଏହା ଭୁପୃଷ୍ଟ ଛୁଇଁଲେ ଏହାର ବେଗ ବଢିବ ବୋଲି ଜଣାପଡିଛି ।
ଏବେ ବାତ୍ୟାର ଅବସ୍ଥିତି ଗୋପାଳପୁରଠାରୁ ୬୦୦ କିଲୋମିଟରରେ ରହିଛି । ତେବେ ଆଗାମୀ ୧୦ ଓ ୧୧ ତାରିଖରେ ଓଡିଶା ସମେତ ଆନ୍ଧ୍ର ଉପକୂଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଖାଲି ସେତିକି ନୁହେଁ ବାତ୍ୟାର ବେଗ ଘଣ୍ଟା ପ୍ରତି ୬୦ ରୁ ୯୦ କିଲୋମିଟର ରହିବା ନେଇ ସମ୍ଭାବନା ରହିଥିବା କୁହାଯାଉଛି । ଏଭଳି ଅନୁମାନ କରିଛି ପାଣିପାଗ ବିଭାଗ ।
ଆସୁଥିବା ବାତ୍ୟାର ନାମ‘ତିତଲି’ ରଖାଯାଇଛି । ତେବେ ଏହାର ପ୍ରଭାବରେ ଆଜି ଠାରୁ ଓଡିଶାର ଉପକୂଳ ଅଞ୍ଚଳ ମାନଙ୍କରେ ବର୍ଷା ହୋଇପାରେ ବୋଲି କହିଛି ପାଣିପାଗ ବିଭାଗ । ଆସନ୍ତା କାଲିଠୁ ପବନର ବରଗ ଘଣ୍ଟା ପ୍ରତି ୭୦ ରୁ ୮୦ ରହିପାରେ । ସେହିପରି ୧୦ ତାରିଖ ତାରିରେ ପବନର ବେଗ ଆହୁରି ବଢିପାରେ ବୋଲି କହିଛି ପାଣିପାଗ ବିଭାଗ । ଆନ୍ଧ୍ରପ୍ରଦେଶରେ ମଧ୍ୟ ଆସନ୍ତା କାଲିଠୁ ବର୍ଷା ହେବାର ସମ୍ଭାବନା ରହିଛି ।
ସେପଟେ ସମୁଦ୍ର ଅଶାନ୍ତ ରହିବ । ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ରକୁ ଯିବା ପାଇଁ ବାରଣ କରାଯାଇଛି । ଓଡିଶାରେ ସାମ୍ଭାବ୍ୟ ବାତ୍ୟାର ଅନୁମାନ କରାଯାଇ ବ୍ୟାପକ ଆୟୋଜନ କରାଯାଉଛି । ଉପକୂଳ ଅଞ୍ଚଳର ଲୋକେ ଆଲର୍ଟରେ ଅଛନ୍ତି । ବାତ୍ୟାର ପ୍ରଭାବ ପଡୁଥିବା ଜିଲ୍ଲା ମାନଙ୍କରେ ଜିଲ୍ଲାପାଳ ମାନଙ୍କୁ ସଜାଗ ରହିବାକୁ କୁହାଯାଇଛି । ଏମିତିକି ସରକାରୀ ଛୁଟି ମଧ୍ୟ ବାତିଲ ହେବା ନେଇ ଅନୁମାନ କରାଯାଉଛି ।