ରାଉରକେଲା(ଏଟିଆର ବ୍ୟୁରୋ): ଷ୍ଟିଲ୍ ସିଟି ରାଉରକେଲାରେ ୧୪୪ ଧାରା ଜାରି କରାଯାଇଛି । ଏହା ଆଜି ଦିନ ୧୨ଟାରୁ ଆରମ୍ଭ ହୋଇ ରାତି ୧୨ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ରାଉରକେଲା ଷ୍ଟେସନ ପାଖ, ମଧୁସୂଦନ ମାର୍ଗ, ନୂଆ ବସ ଷ୍ଟାଣ୍ଡ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି । ସୂଚନା ଅନୁସାରେ ଆନ୍ଧ୍ରପ୍ରଦେଶରୁ ଏକ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ଆଜି ୩୦୦ ପ୍ରବାସୀ ଶ୍ରମିକ ମାନଙ୍କୁ ନେଇ ରାଉରକେଲାରେ ପହଞ୍ଚିବ । ତେବେ ସୁରକ୍ଷାକୁ ନଜରରେ ରଖାଯାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଲି ପଦକ୍ଷେପ ନିଆଯାଇଛି ।
୧୪୪ ଧାରା ଲାଗୁ କରାଯାଇ ଥିବା ଅଞ୍ଚଳ ମାନଙ୍କରେ ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ବନ୍ଦ ରହିବ । ଶ୍ରମିକ ମାନେ ରେଳ ଷ୍ଟେଶନରେ ପହଞ୍ଚିବା ପରେ ସେମାନଙ୍କ ସ୍କ୍ରିନିଂ କରାଯାଇ ସେମାନଙ୍କୁ ନିଜ ନିଜ କ୍ୱାରାଣ୍ଟାଇନ ସେଣ୍ଟରକୁ ପଠାଯିବ । ସୂଚନା ଯୋଗ୍ୟ ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ବର୍ତ୍ତମାନ ଚିହ୍ନଟ ହେଉଥିବା ଅରକ୍ରାନ୍ତ ମାନେ ପ୍ରାୟ ବାହାରା ରାଜ୍ୟରୁ ଆସୁଛନ୍ତି । ତେବେ ବତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୧୧୦୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୪୨ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୭୫୩ ଜଣଙ୍କର ଚିକିତ୍ସା ଚାଲିଛି ଏବଂ ୭ ଜଣଙ୍କ ମୃତ୍ୟୁ ହୋଇଛି ।