ପୁରୀ (ଏଟିଆର ବ୍ୟୁରୋ): ମହାପ୍ରଭୁଙ୍କ ସ୍ନାନ ଯାତ୍ରା ନେଇ ଆଜି ପୁରୀରେ ଦ୍ୱିତୀୟ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ୧୦ ନିଯୋଗ ସହ ଆଲୋଚନା ହୋଇଛି । କରୋନା କଟକଣାକୁ ଦୃଷ୍ଟିରେ ରଖି ବିନା କୌଣସି ଭକ୍ତରେ ସ୍ନାନ ଯାତ୍ରା କରିବା ପାଇଁ ବୈଠକରେ ନିଷ୍ପତି ନିଆଯାଇଛି । ଏହାସହିତ ସବୁଠାରୁ ବଡ କଥା ହେଲା ସ୍ନାନ ଯାତ୍ରା ନୀତିରେ କମ୍ ସେବାୟତ ନିୟୋଜିତ ହେବେ ।
ସ୍ନାନ ଯାତ୍ରା ଅବସରରେ ଶ୍ରୀମନ୍ଦିରର ଚାରି ଦ୍ୱାରରେ ସେବାୟତ ମାନେ ପ୍ରବେଶ କରିବେ । ସେଥିପାଇଁ ସେମାନଙ୍କୁ ସ୍ୱତନ୍ତ୍ର ପାସ୍ ଦେଖାଇବାକୁ ପଡିବ । ମାତ୍ର ଏଥିରେ କେତେ ସେବାୟତ ନିୟୋଜିତ ହେବେ ସେନେଇ ମେ ୨୫ ତାରିଖ ସୁଧା ତାଲିକା ଦେବାକୁ ପଡିବ ।