ନିଉ ଦିଲ୍ଲୀ ( ଏଟିଆର ବ୍ୟୁରୋ ) ; ଭାରତୀୟରେଳ ବିଭାଗରେ କାର୍ଯ୍ୟ କରୁଥିବା ସମସ୍ତ କାର୍ଯ୍ୟକର୍ତାମାନେ ୭୮ ଦିନର ଦରମା ଟଙ୍କା ବୋନସ ଆକାରରେ ପାଇବେ । ଆଗାମି ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ଭାରତୀୟ ରେଳ ବିଭାଗ ଏହା ଘୋଷଣା କରିଛି ।
ଏହି ୨୦୧୭-୧୮ ବର୍ଷର ୭୮ ଦିନର ଦରମା ପାଇଁ ଭାରତୀୟ ରେଳ ଭିଭାଗ ରେଳ ମନ୍ତ୍ରଣାଳୟ ନିକଟରେ ଅନୁରୋଧ କରିଥିଲା ଯାହକୁ ରେଳ ମନ୍ତ୍ରଣାଳୟ ମଞ୍ଜୁର କରିଛି । ଆଗକୁ ୫ଟି ରାଜ୍ୟରେ ସାଧାରଣ ନିର୍ବାଚନ ଆସୁଛି, ଯେଉଁଥି ପାଇଁ ଭାରତ ସରକାର ଏହି ଅନୁରୋଧ କୁ ମଞ୍ଜୁର କରିଛନ୍ତି ବୋଲି ଜଣା ପଡିଛି । ଆଉ ଅଳ୍ପ ଦିନ ମଧ୍ୟରେ କ୍ୟାବିନେଟର ମଞ୍ଜୁରି ପାଇବା ପରେ ଏହି ବୋନସ ଟଙ୍କା କର୍ମଚାରୀ ମାନଙ୍କୁ ଦିଆଯିବ ବୋଲି ରେଳ ବିଭାଗର ଜଣେ କର୍ମକର୍ତ୍ତା କହିଛନ୍ତି ।
ପ୍ରତିବର୍ଷ ଦୁର୍ଗାପୂଜା ପୂର୍ବରୁ ପ୍ରାୟ ୧୨ ଲକ୍ଷ ୨୬ ହଜାର ରେଳ କର୍ମଚାରୀ ମାନଙ୍କୁ ଏହି ବୋନସ ଟଙ୍କା ମିଳିଥାଏ । ଏହି ହିତାଧିକାରୀ ମାନଙ୍କ ମଧ୍ୟରେ ରେଲୱେ ପ୍ରୋଟେକସନ ଫୋର୍ସ ଏବଂ ରେଲୱ ପ୍ରୋଟେକସନ ସ୍ପେସାଲ ଫୋର୍ସ ସାମିଲ ନ ଥାନ୍ତି ।
ନାସନାଲ ଫେଡରେସନ ଅଫ ଇଣ୍ଡିଆନ ରେଲୱେମେନ ଜେନେରାଲ ସେକ୍ରେଟାରୀ ଏମ.ରାଘଭୌୟାହ କହିବା ଅନୁଯାୟୀ, ଭାରତୀୟ ରେଳ ବିଭାଗ ଗତ ବର୍ଷ ପ୍ରାୟ ୧୬୦୦୦ କୋଟିରୁ ଉର୍ଦ୍ଧ ଟଙ୍କା ଆୟ କରିଥିଲା ଏବଂ ୧୧୬୧ ମିଲିଅନ ଟନ୍ ସାମାନ ପରିବହନ କରିଥିଲା । ଏଣୁ ଆମେ ସରକାରଙ୍କ ସମ୍ମୁଖରେ ୮୦ ଦିନର ବୋନସ ଟଙ୍କା ପାଇବା ପାଇଁ ଦାବୀ କରିଥିଲୁ । ସେ ଯାହାହେଉ ସରକାର ୭୮ ଦିନର ଦରମା ଟଙ୍କା ଦେବା ପାଇଁ ରାଜି ହେବା ନିହାତି ସ୍ୱାଗତ ଯୋଗ୍ୟ ପଦକ୍ଷେପ ।
ସୂଚନାଯୋଗ୍ୟ ଯେ,ଗତ ସାତବର୍ଷ ଧରି ପ୍ରତ୍ୟେକ ବର୍ଷ ରେଳ ବିଭାଗ, କର୍ମଚାରୀ ମାନଙ୍କୁ ୭୮ ଦିନର ବୋନସ ଦରମା ଦେଇ ଆସୁଛି । ଚଳିତ ବର୍ଷ ଆସନ୍ତା ସପ୍ତାହରେ ଜଣଙ୍କ ପିଛା ପ୍ରାୟ ୧୮୦୦୦ର ଏହି ବୋନସ ଟଙ୍କା କର୍ମଚାରୀ ମାନଙ୍କୁ ଦିଆଯିବ ।