ନୂଆଦିଲ୍ଲୀ(ଏଟିଆପ ବ୍ୟୁରୋ): ବର୍ତ୍ତମାନ ସବୁ ସ୍ଥରରେ ନିୟମ ବଦଳିବାରେ ଲାଗିଛି । ତେବେ ବ୍ୟାଙ୍କ ସ୍ଥରରେ ମଧ୍ୟ ବଦଳିବାକୁ ଯାଉଛି ନିୟମ । ଯାହାକି ଆସନ୍ତା ବର୍ଷ ଠାରୁ ଲାଗୁ ହେବ । ବ୍ୟାଙ୍କ ଠକେଇକୁ ରୋକିବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ୨୦୨୧ ଜାନୁୟାରୀ ପହିଲାରୁ ଚେକ୍ ପାଇଁ ଏକ ପଜିଟିଭ ପେ ସିଷ୍ଟମ ବ୍ୟବସ୍ଥା ଲାଗୁ ହେବ । ପଜିଟିଭ୍ ପେ ସିଷ୍ଟମ୍ ଅଧୀନରେ ୫୦,୦୦୦ ଟଙ୍କାରୁ ଅଧିକ ପେଡ୍ ହୋଇଥିବା ଚେକ୍ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା ଲାଗୁ ହେବ । ଏହି ସିଷ୍ଟମରେ ଚେକ୍ ପ୍ରଦାନକାରୀଙ୍କୁ ଏସଏମଏସ, ମୋବାଇଲ୍ ଆପ୍, ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ କିମ୍ବା ଏଟିଏମ୍ ପରି ଇଲେକ୍ଟ୍ରୋନିକ୍ ମାଧ୍ୟମରୁ ଚେକ୍ ବିଷୟରେ କିଛି ସର୍ବନିମ୍ନ ବିବରଣୀ ଦେବାକୁ ପଡିବ । ନୂତନ ନିୟମରେ ହିତାଧିକାରୀଙ୍କ ନାମ, ଦେୟ ପରିମାଣ ଓ ତାରିଖ ବିଷୟରେ ସୂଚନା ଦେବାକୁ ପଡିବ । ଦେୟ ପାଇଁ ଚେକ୍ ଉପସ୍ଥାପନ କରିବା ପୂର୍ବରୁ ଏହି ବିବରଣୀଗୁଡିକ ଯାଞ୍ଚ କରାଯିବ । ବ୍ୟତିକ୍ରମ ରହିଲେ ପେମେଣ୍ଟ ବ୍ୟାଙ୍କ ଏବଂ ଉପସ୍ଥାପନକାରୀ ବ୍ୟାଙ୍କକୁ ସୂଚନା ଦିଆଯିବ । ଏହାକୁ ସଂଶୋଧନ କରିବା ପାଇଁ ପଦକ୍ଷେପ ନିଆଯିବ ।
ଆରବିଆଇ ଅନୁଯାୟୀ, ଏହି ସୁବିଧା ଉପଯୋଗ କରିବା ନିଷ୍ପତ୍ତି ଆକାଉଣ୍ଟଧାରୀଙ୍କ ଉପରେ ନିର୍ଭରଶୀଳ । ତେବେ ୫ ଲକ୍ଷ ଟଙ୍କା ଏବଂ ତଦୁର୍ଦ୍ଧ୍ୱ ପରିମାଣର ଚେକ୍ ପାଇଁ ବ୍ୟାଙ୍କଗୁଡିକ ଏହି ବ୍ୟବସ୍ଥା ବାଧ୍ୟତାମୂଳକ କରିପାରିବେ। ଏହି ବ୍ୟବସ୍ଥା ଜାନୁୟାରୀ । ଜାନୁୟାରୀ ପ୍ରଥମ ସପ୍ତାହରୁ କାର୍ୟ୍ୟକାରୀ ହେବ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ସୂଚନା ଦେଇଛି ।
ଗ୍ରାହକମାନଙ୍କୁ ଏସଏମଏସ ମାଧ୍ୟମରେ ଏ ବିଷୟରେ ଅବଗତ କରାଇବାକୁ କୁହାଯାଇଛି। ଏହା ସହିତ ବ୍ୟାଙ୍କଗୁଡ଼ିକ ସେମାନଙ୍କର ଶାଖା, ଏଟିଏମ୍ ଏବଂ ସେମାନଙ୍କର ୱେବସାଇଟ୍ ଏବଂ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେବେ । ଏହି ନିୟମ ଆସନ୍ତା ବର୍ଷରୁ ଜାରି ହେବ ଓ ଏଥିପାଇଁ ବ୍ୟାଙ୍କ ମଧ୍ୟ ଏବେ ପ୍ରସ୍ତୁତ ଆରମ୍ଭ କରିଦେଇଛି । ଏହା କେବଳ ଗ୍ରାହକଙ୍କ ଠକେଇଠାରୁ ବଞ୍ଚିବା ପାଇଁ ବ୍ୟାଙ୍କର ଏକ ଭଲ ଓ ବଡ ନିଷ୍ପତି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024