ମୁମ୍ବାଇ(ଏଟିଆର ବ୍ୟୁରୋ): ଦେଶର ତିନି ପ୍ରମୁଖ ଏଜେନ୍ସି ଇଡି,ସିବିଆଇ ଓ ଏନସିବି ସୁଶାନ୍ତ ସିଂ ରାଜପୁତଙ୍କ ମାମଲାର ତଦନ୍ତ କରୁଛନ୍ତି। ଏହି ପରିପ୍ରେକ୍ଷୀରେ, ପ୍ରାୟ ପ୍ରତ୍ୟେକ ଦିନ ଏହି ମାମଲାରେ କିଛି ନୂଆ କଥା ବାହାରକୁ ଆସୁଛି ଜ୍ଝ ଏବେ ଖବର ସାମ୍ନାକୁ ଆସିଛି ଯେ ସୁଶାନ୍ତ ସିଂ ରାଜପୁତଙ୍କ ଭିସେରା ସଠିକ୍ ଭାବେ ସଂରକ୍ଷିତ ହୋଇନାହିଁ ଜ୍ଝ ଯେଉଁଥିପାଇଁ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ (ଇଓଓଗଝ) ର ଫୋରେନସିକ୍ ଟିମ୍ ଯାଞ୍ଚ କରିବା କଷ୍ଟସାଧ୍ୟ ମଧ୍ୟ ହେଉଥିଲା । ପରେ ରିପୋର୍ଟ ଆସିଥିଲା ଯେ ସୁଶାନ୍ତ ତାଙ୍କ ଦୁଇ ହାତ ବ୍ୟବହାର କରି ଫାଶୀ ଲଗାଇଛନ୍ତି । କିନ୍ତୁ ଏହା ପୂରା ଫାଶୀ ନୁହେଁ । ତାଙ୍କ ଗୋଡ ବେଡ ଉପରେ ହିଁ ଥିଲା । ହେଲେ ସୁଶାନ୍ତଙ୍କ ଓକିଲ ବିକାଶ ସିଂ ଏମ୍ସର ଏହି ରିପୋର୍ଟକୁ ଏଡାଇ ଦେଇ କହିଛନ୍ତି ଯେ ଯେ ଏହି ମାମଲାରେ ଫୋରେନସିକ୍ ପରୀକ୍ଷା କରିଥିବା ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏଆଇଏମ୍ଏସ୍) ଟିମ୍ ର ଜଣେ ବିଶିଷ୍ଟ ଡାକ୍ତର ତାଙ୍କୁ କହିଥିଲେ ଯେ ସୁଶାନ୍ତଙ୍କ ଗଳା ଗଳା କାଟି ହତ୍ୟା କରାଯାଇଛି। ଏହା କେବେବି ଆତ୍ମହତ୍ୟା ହୋଇ ନପାରେ । ହୁଏତ ଏମ୍ସର ଟିମକୁ ଏହାକୁ ଆତ୍ମହତ୍ୟାର ମୋଡ ଦେବା ପାଇଁ କୌଣସି ପ୍ରକାର ଭାବେ ଚାପ ପକାଯାଉଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସୁଶାନ୍ତଙ୍କ ଶବ ବ୍ୟବଚ୍ଛେଦ କରିଥିବା ମୁମ୍ବାଇ ପୋଲିସ କିମ୍ବା ମେଡିକାଲ ବୋର୍ଡ ଅଫ୍ କୁପର ହସ୍ପିଟାଲରେ ଗୁରୁତର ଅବହେଳା କରାଯାଇଥିବା କୁହାଯାଉଛି। ଏଭଳି ପରିସ୍ଥିତିରେ, ଇଓଓଗଝ ର ଫୋରେନସିକ୍ ଟିମ୍ କମ୍ ତଥ୍ୟ ପାଇଥିଲା ବା ମାତ୍ର ଅଳ୍ପ ଭିସେରା ମଧ୍ୟ ପାଇଥିଲା । ଯେଉଁ କାରଣରୁ ରିହୋର୍ଟ ଠିକ ଆସିନାହିଁ । ଏପଟେ ପ୍ରାୟ ୧ ମାସରୁ ଅଧିକ ଦିନ ହେବ ସିବିଆଇ ସୁଶାନ୍ତଙ୍କ କେସର ତଦନ୍ତ କରୁଛି , ହେଲେ ଏଯାଏଁ ଜଣା ପଡୁନି ପ୍ରକୃତ ସତ । ଏବେ ପୁଣି ଏହା ଡ୍ରଗ୍ସ ମୋଡ ନେଇଛି । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଆତ୍ମହତ୍ୟା କିମ୍ବା ହତ୍ୟା, ଏହି ପ୍ରଶ୍ନ ହେଉଛି ଉତ୍ତର ଯାହା ସମସ୍ତେ ଜାଣିବାକୁ ଚାହାଁନ୍ତି। ପ୍ରାୟ ଏକ ମାସ ଧରି ଏହି ଘଟଣାର ଅନୁସନ୍ଧାନ କରୁଥିବା ସିବିଆଇ ଏପର୍ୟ୍ୟନ୍ତ ସୁଶାନ୍ତଙ୍କ ମୃତ୍ୟୁ ସହ ଜଡିତ କୌଣସି ସୂଚନା ସେୟାର କରି ନାହିଁ। ସେପଟେ ସୁଶାନ୍ତଙ୍କ ପରିବାରର ଓକିଲ ବିକାଶ ସିଂ କହିଛନ୍ତି ଯେ ଏହି ଘଟଣାରେ ଅଭିନେତାଙ୍କ ପରିବାର ସନ୍ତୁଷ୍ଟ ନୁହଁନ୍ତି । ଅନେକ ଦିନ ବିତିଗଲାଣି ହେଲେ ଅନେକ ପ୍ରକାର କଥା ସାମ୍ନାକୁ ଆସିବା ପରେ ମଧ୍ୟ ସତ ଜଣା ପଡି ପାରୁନି । ଏହା ସହିତ ତାଙ୍କ ପରିବାର କହିଛନ୍ତି ବର୍ତ୍ତମାନ ଡ୍ରଗ୍ସ ମାମଲାକୁ ଅଧିକ ଧ୍ୟାନ ଦିଆଯାଉଛି । ସୁଶାନ୍ତଙ୍କୁ କେବେ ନ୍ୟାୟ ମିଳିବ ଆମେ ତାହା ହିଁ ଅପେକ୍ଷା କରିଛୁ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024