ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ) : ଆଜିକାଲି ମୋବାଇଲ ଚୋରୀ ହେବା ସାଧାରଣ କଥା ହୋଇଗଲାଣି । ମୋବାଇଲ ଚୋରୀ ହେବା ପରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଇତିମଧ୍ୟରେ ମୋବାଇଲ ଚୋରୀ ହେବା ପରେ କିଭଳି ଜାଣିବେ ମୋବାଇଲ କେଉଁଠି ଅଛି ,ସେଥିପାଇଁ ଆଜି ଆମେ ଆପଣଙ୍କୁ ଏକ ସହଜ ଉପାୟ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ମୋବାଇଲ ହଜିଗଲେ ବା ଚୋରୀ ହୋଇଗଲେ କିଭଳି ଯାଞ୍ଚ କରିବେ ।
ଯଦି ଆପଣଙ୍କ ଫୋନ ହଜିଯାଇଛି ବା ଚୋରୀ ହୋଇଯାଇଛି ତେବେ ମୋବାଇଲ ଫୋନ ଟି କିଏ ନେଇଉଛି ଆଉ କେୁଁଠି ଅଛି ଜାଣିବା ପାଇଁ ହେଲେ ଆପଣ ଫୋନ ର ଆଇଏମଇଆଇ ମାଧ୍ୟମରେ ଜାଣି ପାରିବେ । ଏହି ନମ୍ବର ଜରିଆରେ ସହଜରେ ଫୋନ କରି ଟ୍ରାକ କରାଯାଇ ପାରିବ । ଫୋନ ଟ୍ରାକ କରିବା ପାଇଁ ଆପଣଙ୍କୁ ଆଇଏମଇଆଇ ଫୋନ ଟ୍ରାକର ଆପ ଗୁଗଲ ପ୍ଲେଷ୍ଟୋରରୁ ଡାଉନଲୋଡ କରିବାକୁ ପଡିବ । ଏହି ଆପ୍ ମାଧ୍ୟମରେ ଆପଣ ଆପଣଙ୍କ ଫାନ ଟ୍ରାକ କରିପାରିବେ ।
ଯଦି ଆପଣଙ୍କ ଫୋନର ଆଇଏମଇଆଇ ନମ୍ବର ଜାଣିବାକୁ ଚାହୁଁଛନ୍ତି ତେବେ ଏହା ଆପଣଙ୍କୁ ଆପଣଙ୍କ ମୋବାଇଲ ବକ୍ସରୁ ମିଳିଯିବ । ଫୋନ ଖୋଳର ପଛପଟେ ୧୫ ଅଙ୍କ ବିଶିଷ୍ଟ ଆଏମଇଆଇ ନମ୍ବର ଲେଖା ହୋଇଥାଏ ।
ଆଇଏମଇଆଇ ର ଫଲ ଫର୍ମ ହେଉଛି ଇଂଟରନାସନାଲ ମୋବାଇଲ ଇକ୍ୟୁପମେଣ୍ଟ ଆଇଡେଣ୍ଟିଟି । ଏହା ୧୫ ଅଙ୍କ ବିଶିଷ୍ଟ ଏକ ନମ୍ବର । ଯାହା ଫୋନ ର ଆଇଡେଣ୍ଟିଟି ସାର୍ଟିଫିକେଟ ହୋଇଥାଏ । ଏହି ନମ୍ବରକୁ କେହି ବଦଳାଇ ପାରିବେ ନାହିଁ । ସେଥିପାଇଁ ଏହି ନମ୍ବରକୁ ନୋଟ କରି ରଖିବା ଉଚିତ୍ ।