କଟକ (ଏଟିଆର ବ୍ୟୁରୋ): ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇଛି । ଚଳିତ ଥର ପାସ୍ ହାର ୯୬.୦୭ ପ୍ରତିଶତ ରହିଛି । ଛାତ୍ରଙ୍କୁ ପଛରେ ପକାଇ ଆଗରେ ରହିଛି ଛାତ୍ରୀ । ଛାତ୍ରଙ୍କ ପାସ୍ ହାର ୯୫.୩୯ ରହିଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୯୬.୭୩ ରହିଛି ।
ସେହିପରି ରିଚେକିଂ ପାଇଁ ବୋର୍ଡ ବ୍ୟବସ୍ଥା ମଧ୍ୟ କରିଛି । ମେ ୨୯ ରୁ ଜୁନ୍ ୧୨ ତାରିଖ ମଧ୍ୟରେ ରିଚେକିଂ ପାଇଁ ଆବେଦନ କରିପାରିବେ ।