ବ୍ରହ୍ମପୁର(ଏଟିଆର ବ୍ୟୁରୋ): ଓଡିଶା ପ୍ରଶାସନିକ ସେବା (ଓଏଏସ୍) ର ଜଣେ ବରିଷ୍ଠ ଅଧିକାରୀ ସ୍ୱେତା କୁମାର ଦାଶଙ୍କ ନିର୍ଦ୍ଦେଶିତ ଓଡିଆ କ୍ଷୁଦ୍ର ଚଳଚ୍ଚିତ୍ର ‘ମାସ୍କ’ ଆର୍ଜେଣ୍ଟିନାରେ କ୍ୱାରାଣ୍ଟିନ୍ ଇମେଜ୍ ଫିଲ୍ମ ଫେଷ୍ଟିଭାଲ୍ -୨୦୨୦ ରେ ସମ୍ମାନଜନକ ଆନ୍ତର୍ଜାତୀୟ ଲୋକ ପସନ୍ଦ ପୁରସ୍କାର ଲାଭ କରିଛି।
ପ୍ରାୟ ୭ ମିନିଟ୍ ୧୮ ସେକେଣ୍ଡ୍ ଚଳଚ୍ଚିତ୍ରଟି କୋଭିଡ-୧୯ ମହାମାରୀ ମଧ୍ୟରେ ନିଜ ପରିବାରର ଜୀବିକା ନିର୍ବାହ କରିବା ପାଇଁ ଏକ ଗରିବ ବାଳକର ସଂଘର୍ଷକୁ ଦେଖାଇଛି । ପିଲାଟି ନିଜ ମା ଦ୍ୱାରା ପ୍ରସ୍ତୁତ ହାତରେ ତିଆରି ମାସ୍କ ବିକ୍ରି କରି ନିଜ ପରିବାରକୁ ପୋଷୁଛି । କିନ୍ତୁ କମ୍ ମୂଲ୍ୟରେ ଲୋକମାନେ ମାସ କିଣିବାକୁ ଅନିଚ୍ଛା ପ୍ରକାଶ କରିଥିଲେ। ଶେଷରେ ସେ ଜଣେ ବାବୁଙ୍କୁ ମାଗଣାରେ ମାସ୍କ ଦେଇଥିଲା । ଏହା ସହିତ ମଧ୍ୟ ନିଜର ଗରିବୀ ଠାରୁ ଦେଶର ସୁରକ୍ଷା ଓ ସୁସ୍ଥତା ଅତ୍ୟନ୍ତ ଆବଶ୍ୟକ ବୋଲି ସେ କହିଛି । ଚଳଚିତ୍ର ଉତ୍ସବରେ ପ୍ରାୟ ୩୦୦୦ ଫିଲ୍ମ ମନୋନିତ ହୋଇଥିବା ବେଳେ କ୍ଷୁଦ୍ର ଚଳଚିତ୍ର ମାସ୍କକୁ ମନୋନିତ କରାଯାଇଛି । କୋଭିଡ ଡ୍ୟୁଟି ପାଇଁ ବର୍ତ୍ତମାନ ଗଞ୍ଜାମ ଜିଲ୍ଲାକୁ ଚାରି ମାସର ଡେପୁଟେସନରେ ଥିବା ଦାଶ ସ୍କ୍ରିପ୍ଟ ପ୍ରସ୍ତୁତ କରିବା ଏବଂ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବା ପାଇଁ ଅବକାଶ ସମୟ ପାଇ କାମ କରିଥିଲେ ଓ ଏଥିରେ ସେ ସଫଳ ହୋଇଛନ୍ତି । ଏହି ପୁରସ୍କାର ପୂର୍ବରୁ ସ୍ୱେତା କୁମାର ଦାଶଙ୍କ କ୍ଷୁଦ୍ର ଚଳଚ୍ଚିତ୍ର “ସନ୍ନି” ମହାନଦୀର ପୁତ୍ର ୨୦୧୯ ରେ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲା ।
JUST IN
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ଭବାନୀପାଟଣା | 26 Apr 2024
-
ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଆଜି ଶେଷ ଦିନ | 25 Apr 2024
-
ସକାଳ ସାଢେ ୮ ସୁଦ୍ଧା ୩୬ ଡିଗ୍ରୀ ଛୁଇଁଲା ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ଅନୁଗୁଳ | 25 Apr 2024
-
ପ୍ରକାଶ ପାଇଲା ଜେଇଇ ମେନ୍ ପେପର-୧ ପରୀକ୍ଷା ଫଳ | 25 Apr 2024
-
ନିର୍ବାଚନ ପାଇଁ ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | 24 Apr 2024
-
ଦିନ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 24 Apr 2024