ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡର ଖିଲାଡୀ କୁମାର ଓରଫ ଅକ୍ଷୟ କୁମାର ଏବେ ତାଙ୍କ ଅପକମିଂ ଫିଲ୍ମ ତଥା ଆନନ୍ଦ ଏଲ ରୟଙ୍କ ଫିଲ୍ମ ରକ୍ଷାବନ୍ଧନ ର ସୁଟିଂ ଆରମ୍ଭ କରିଦେଇଛନ୍ତି । ଦିଲ୍ଲୀରେ ଫିଲ୍ମର ସୁଟିଂ ଚାଲିଛି । ଫିଲ୍ମର ସୁଟିଂ ବେଳର ଏକ ଭିଡିଓ ଅକ୍ଷୟ ତାଙ୍କ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ଭିଡିଓକୁ ସେୟାର କରି ଅକ୍ଷୟ କହିଛନ୍ତି କି, ସେ ତାଙ୍କ ବାର୍ଥପ୍ଲେସ ରେ ସୁଟିଂ କରୁଛନ୍ତି । ଯାହାଦ୍ୱାରା ତାଙ୍କ ପିଲାଦିନର ସ୍ମୃତି ତାଜା ହୋଇଗଲା ।
ସେ କହିଛନ୍ତି କି, ଆଜି ସକାଳେ ରକ୍ଷାବନ୍ଧନ ସେଟ୍ ରେ ଦୌଡିବା ବେଳେ ଅନେକ ଗୁଡିଏ ସ୍ମାତି ତାଜା ହୋଇଗଲା । ମୋ ଜନ୍ମସ୍ଥାନ ଚାନ୍ଦୀନ ଚୌକରେ ସେଟ୍ ଲାଗିଥିଲା । ଆଖପାଖର ଲୋକଙ୍କ କଥା ଶୁଣିବା କେତେ ସୁନ୍ଦର ଥିଲା ତାହା କଦାପି ଭୁଲି ପାରିବି ନାହିଁ ।
ରକ୍ଷାବନ୍ଧନରେ ଭୂମି ପେଡନେକର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜରକୁ ଆସିବେ । ଏହାପୂର୍ବରୁ ମୁମ୍ବାଇରେ ସିଡ୍ୟୁଲ ପୁରା କରିଥିଲେ ରକ୍ଷାବନ୍ଧନ ଟିମ୍ । ଫିଲ୍ମଟି ଆସନ୍ତା ବର୍ଷ ଅର୍ଥାତ ୧୧ ଅଗଷ୍ଟ ୨୦୨୨ ରେ ବଡ ପରଦାରେ ରିଲିଜ୍ ହେବ ।