ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ତିଲଲିକୁ ନେଇ ସାରା ରାଜ୍ୟ ଆଲର୍ଟରେ ରହିଥିବା ବେଳେ ଇତିମଧ୍ୟରେ ସମସ୍ତ ସ୍କୁଲ କଲେଜ ବାତିଲ ଘୋଷଣା କରାଯାଇ ସାରିଲାଣି । ଖାଲି ସେତିକି ନୁହେଁ ଆସନ୍ତାକାଲି ହେବାକୁ ଥିବା କଲେଜ ନିର୍ବାଚନ ମଧ୍ୟ ରାଜ୍ୟର କେତୋଟି ଜିଲ୍ଲାରେ ବାତିଲ ହୋଇସାରିଛି ।ବାତ୍ୟାର ମୁକାବିଲା ଲାଗୁ ସଜାଗ ରହିଲେଣି ଏନଡିଆରଏଫ ଓ ଓଡ୍ରାଫ ଟିମ । ବାତ୍ୟା ପାଇଁ ଏବେ ସମସ୍ତଙ୍କ ମନରେ ଭୟ ସୃଷ୍ଟି ହୋଇଛି । ତେବେ ବଡ ଧରଣର ବାତ୍ୟାର ସମ୍ଭାବନାକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ଆଜି ରାତି ୧୦ଟାରୁ ଖୋର୍ଦ୍ଧାରୋଡ ଓ ଆନ୍ଧ୍ରପ୍ରଦେଶ ଦେଇ ଗମନାଗମନ କରୁଥିବା ସମସ୍ତ ଟ୍ରେନକୁ ବାତିଲ କରିଦେଇଛି । ସେପଟେ ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ଏହି ବାଟ ଦେଇ ସମସ୍ତ ଟ୍ରେନ ଚଳାଚଳ ବାତିଲ ରହିବ ବୋଲି ଜଣାପଡିଛି ।
ଖାଲି ସେତିକି ନୁହେଁ ଓଡିଶା ଦେଇ ଖଡଗପୁରରୁ ଚେନ୍ନାଇ ଯାତାୟତ କରୁଥିବା ଟ୍ରେନକୁ ମଧ୍ୟ ବାତିଲ କରାଯାଇଛି । ଏହି ଟ୍ରେନ ସଂନ୍ଧ୍ୟା ୫ ଟା ୧୫ ପରେ ଭଦ୍ରକ ଷ୍ଟେସନ ପୂର୍ବରୁ ରହିବା ନେଇ ନିର୍ଦ୍ଦେଶ ରହିଛି । ସେହିପରି ହାଇଦ୍ରାବାଦ ଓ ବିଶାଖାପାଟଣା ଆଡୁ ଆସୁଥିବା ଟ୍ରେନ ଗୁଡିକ ମଧ୍ୟ ବାତିଲ ରହିବ । ଏହି ସବୁ ଟ୍ରେନ ଗୁଡିକ ସଂନ୍ଧ୍ୟା ୬ ଟା ୪୦ ମିନିଟ ସୁଦ୍ଧା ଦୁଭାଡା ଷ୍ଟେସନରେ ଅଟକିରହିବ ବୋଲି ଜଣାପଡିଛି । ମୋଟା ମୋଟି ଭାବେ କହିବାକୁ ଗଲେ ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଟ୍ରେନ ଗୁଡିକର ଚଳାଚଳ ବାତିଲ ହୋଇ ରହିବ ବୋଲି ଜଣାପଡିଛି ।