ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚନ୍ଦ୍ରଯାନ ମିଶନର ସଫଳତା ପାଇଁ ଅଣ୍ଟା ଭିଡିଛି ଇସ୍ରୋ । ସେହିଅନୁଯାୟୀ ସଫଳତାର ସହ ଆଗକୁ ବଢି ଚାଲିଛି ଇସ୍ରୋ । ଇସ୍ରୋ ପକ୍ଷରୁ ଲୋୟର ଅର୍ବିଟରେ ପ୍ରଥମ ଏବଂ ଦ୍ୱିତୀୟ ଡିବୁଷ୍ଟିଂ ସଫଳତାର ସହ ସମ୍ପନ୍ନ କରାଯାଇଛି । ଚନ୍ଦ୍ରର ଦକ୍ଷୀଣ ମେରୁରେ ଏଥର ଚନ୍ଦ୍ରଯାନ ନିଶ୍ଚୟ ସଫଳତାର ସହ ଲ୍ୟାଣ୍ଡିଂ କରିବ ବୋଲି ଆଶା ରଖିଛି ଇସ୍ରୋ ।
ଆସନ୍ତା ୨୩ ତାରିଖ ସନ୍ଧ୍ୟା ୬ଟା ୪ ମିନିଟ୍ ରେ ରେ ସଫ୍ଟ ଲ୍ୟାଣ୍ଡିଂ କରିବ ଲ୍ୟାଣ୍ଡର ବିକ୍ରମ । ଚନ୍ଦ୍ରଯାନ୩ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ଶେଷ ୧୫ରୁ ୨୦ ମିନିଟ୍ ସବୁଠୁ ଅଧିକ ଜଟିଳ ଏବଂ ଗୁରୁତ୍ୱପୂର୍ଣ୍ଣ । ଯାହାଫଳରେ ଏବେ ଚନ୍ଦ୍ରଯାନ ୩ ଉପରେ ରହିଛି ସାରା ବିଶ୍ୱର ନଜର ।