ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦୁନିଆରେ ଏମିତି କିଛି ଜିନିଷ ଅଛି ଯାହା ଆଶ୍ଚର୍ଯ୍ୟ ଜନକ । ଯାହା ସୃଷ୍ଟି ହୋଇ ଥାଏ ପ୍ରକୃତିର କୋଳରୁ । ଯାହାକୁ ବୁଝିବା ଆଜିର ମନୁଷ୍ୟ ପକ୍ଷରେ ଅସମ୍ଭବ । ସେହି ଅଜବ ଜିନିଷ ଭିତରୁ ହେଉଛି ଏକ ଅଦ୍ଭୁତ କୁଣ୍ଡ, ଯାହା ମଧ୍ୟରୁ ତାଳି ବଜାଇବା ମାତ୍ରେ ଗରମ ପାଣି ବାହାରି ଥାଏ। ଝାରଖଣ୍ଡର ବୁକାରୋ ଜିଲ୍ଲାରେ ଏହି ରହସ୍ୟମୟ କୁଣ୍ଡ ରହିଛି। ଏହାର ନାମ ଦଲାହୀ କୁଣ୍ଡ।
ଝାରଖଣ୍ଡର ବୁକାରୋ ଜିଲ୍ଲାରେ ଥିବା ଦଲାହୀ କୁଣ୍ଡରେ ତାଳି ବଜାଇବା ମାତ୍ରେ ଗରମ ପାଣି ବାହାରି ଥାଏ। ଏହି କୁଣ୍ଡରେ ସ୍ନାନ କଲେ ଚର୍ମ ରୋଗ ଦୂର ହୁଏ ବୋଲି ଲୋକମାନଙ୍କ ବିଶ୍ୱାସ ରହିଛି। ବୁକାରୋ ଠାରୁ ୨୭କିମି ଦୂର ଏହି କୁଣ୍ଡ ସମସ୍ତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏଠାରେ ଗାଧୋଇବା ପାଇଁ ବହୁ ଦୂର ଦୂରାନ୍ତରୁ ଲୋକମାନେ ଆସିଥାନ୍ତି।
ଏହି କୁଣ୍ଡକୁ ନେଇ ଲୋକବାଣୀ ମଧ୍ୟ ରହିଛି । ଲୋକେ କୁହନ୍ତି ଏହି କୁଣ୍ଡରେ ସ୍ନାନ କଲେ ଲୋକଙ୍କର ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଏହି କୁଣ୍ଡରୁ ଗରମ ଦିନରେ ଥଣ୍ଡା ପାଣି ଓ ଥଣ୍ଡା ଦିନରେ ଗରମ ପାଣି ବାହାରି ଥାଏ । ଏହି କୁଣ୍ଡରେ ଥରେ ଗାଧୋଇଲେ ସବୁ ପ୍ରାକାରର ଚର୍ମ ଜନିତ ରୋଗ ଦୂର ହୋଇଥାଏ । ଏହି ପୋଖରୀରୁ ବାହାରୁଥିବା ପାଣି ଗଙ୍ଗା ନଦୀରେ ଯାଇ ମିଶିଛି। ବୈଜ୍ଞାନିକଙ୍କ କହିବା ଅନୁଯାୟୀ ତାଳି ବଜାଇବା ଦ୍ଵାରା ଧ୍ଵନି ତରଙ୍ଗ କାରଣରୁ ପାଣି ଉପରେ ପ୍ରଭାବ ପଡିଥାଏ କିନ୍ତୁ ଏହା ଉପରକୁ କିଭଳି ଆସୁଛି ତାହା ଆଜି ଯାଏଁ କେହି ଜାଣି ପାରି ନାହାଁନ୍ତି । କେବଳ ଏହି ରହସ୍ୟ ଜାଣିବା ପାଇଁ ଲୋକେ ଏହି ସ୍ଥାନରେ ଘଣ୍ଟା ଘଣ୍ଟା ଧରି ବସି ରୁହନ୍ତି । ହେଲେ ଜାଣି ହୁଏନି ପାଣି କିପରି ଆସେ ଗରମ ପାଣି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024