ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ବହୁଜନ ମହାସଂଘ(ବିବିଏମ) ର ଅଧ୍ୟକ୍ଷ ଏବଂ ଭୀମରାଓ ଆମ୍ବେଦକରଙ୍କ ନାତି ପ୍ରକାଶ ଆମ୍ବେଦକର ଗୁରୁବାର ଏକ ବିବାଦୀୟ ବୟାନ ଦେଇଛନ୍ତି । ସେ କହିଛନ୍ତି କି ଯଦି ତାଙ୍କ ଦଳ ସତ୍ତାକୁ ଆସିବ ତେବେ ସେ ନିର୍ବାଚନୀ ଆୟୋଗ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ । ଆମ୍ବେଦକର ଯବତମାଳରେ ଏକ ରାଲିକୁ ସମ୍ବୋନ୍ଧିତ କରି ନିର୍ବାଚନ ଆୟୋଗକୁ ପକ୍ଷପାତପୂର୍ଣ୍ଣ ବୋଲି କହିଛନ୍ତି ।
ମିଡିଆ ରିପୋର୍ଟ ମୁତାବକ, ନିର୍ବାଚନ ଆୟୋଗ ଦ୍ୱାରା ରାଜନୈତିକ ପାର୍ଟିକୁ ପୁଲୱାମା ହମଲା ଉପରେ କିଛି ନ କହିବା ପାଇଁ ନିର୍ଦ୍ଦେଶ ଦେବା ଉପରେ ସେ ଭଡକିଛନ୍ତି । ସେ କହିଛନ୍ତି କି , ମୁଁ ଜାଣିବାକୁ ଚାହୁଁଛି ଯେ ଆମକୁ ପୁଲୱାମା ଆତଙ୍କି ହମଲା ବିଷୟରେ କଥା ହେବା ପାଇଁ ଅନୁମତି କାହିଁକି ନାହିଁ ଯେଉଁଥିପାଇଁ ସମ୍ବିଧାନ ଅନୁମତି ଦେଇସାରିଛି ।
ଏନେଇ ନିର୍ବାଚନ ଆୟୋଗକୁ ଦେଖି ନେବେ ବୋଲି ଧମକ ଦେଇ ପ୍ରକାଶ କହିଛନ୍ତି କି, ଯଦି ଆମ ସରକାର ସତ୍ତାକୁ ଆସେ ତେବେ ଆମେ ନିର୍ବାଚନୀ ଆୟୋଗକୁ ଦେଖି ନେବୁ । ଆମେ ତାଙ୍କୁ ଦୁଇ ଦିନ ପାଇଁ ଜେଲରେ ଭର୍ତ୍ତି କରାଇଦେବୁ । ଏବେ ଆୟୋଗ ନିଷ୍ପକ୍ଷ ନୁହେଁ ସେ ବିଜେପି ସହଯୋଗୀ ଭାବେ କାମ କରୁଛନ୍ତି ।
ସୋଲାପୁର ଲୋକସଭା ସିଟରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି । ଲୋକସଭାର ନିର୍ବାଚନ ମତଦାନ ପାଇଁ ଅପ୍ରିଲ ୧୧ ପ୍ରଥମ ପର୍ଯ୍ୟାୟରୁ ଆରମ୍ଭ ହୋଇ ମେ’ ୧୯ ସପ୍ତମ ପର୍ଯ୍ୟାୟରେ ଶେଷ ହେବ । ଏହାର ଫଳାଫଳ ମେ ୨୩ରେ ଘୋଷଣା ହେବ ।