ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ପାଇଁ ଦେଶବ୍ୟାପି ଗତ ଦୁଇ ମାସ ହେବ ଲକ୍ ଡାଉନ୍ ଜାରି ରହିଛି । ଏହି ଅବସରରେ ବସ୍ , ରେଳ ଏବଂ ବିମାନ ସେବା ଆଦି ବନ୍ଦ ରହିଥିଲା । କିନ୍ତ ମେ ୨୫ ରୁ ଘରୋଇ ବିମାନ ଉଡିବାକୁ ଅନୁମତି ମିଳିଛି । ଘରୋଇ ବିମାନ ସେବା ପରେ ନାଗରିକ ଉଡୟନ ମନ୍ତ୍ରାଳୟ ପକ୍ଷରୁ ସୋମବାର ଚାର୍ଟାର୍ଡ ବିମାନ ସେବା ପୁନର୍ବାର ଆରମ୍ଭ କରିବାକୁ ଅନୁମତି ମିଳିଯାଇଛି ।
ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି କି ଅଣ ନିର୍ଦ୍ଧାରିତ ଏବଂ ଘରୋଇ ପରିଚାଳକ, ହେଲକପ୍ଟର, ଛୋଟ ବିମାନ ର ପରିଚାଳନ ଘରୋଇ ଉଡାଣ ପାଇଁ କରି ପାରିବେ । ଯଦି ଯାତ୍ରୀ ଚାର୍ଟାର୍ଡ ହେଲିକପ୍ଟର ପାଇଁ କାଉଣ୍ଟରରୁ ଟିକେଟ ବୁକ୍ିଂ କରିବେ ତେବେ ବୋର୍ଡିଂପାସ୍ ହେଲିପ୍ୟାଡ ବା ହେଲିପୋର୍ଟରେ ବିନା ସମ୍ପର୍କରେ ଆସି ଦିଆଯିବା ଉଚିତ୍ । ଏହି ଅବସରରେ ସଂକ୍ରମଣର ସମସ୍ତ ନିୟମ ସ୍ଥାନୀୟ ପ୍ରଶାସନ ଦ୍ୱାରା ପାଳନ କରିବା ଉଚିତ୍ ।
ଗାଇଡଲାଇନ୍ ମୁତାବକ, ଯାତ୍ରୀଙ୍କୁ ବିମାନ ଉଡିବାର ୪୫ ମିନିଟ୍ ପୂର୍ବରୁ ଏୟାରପୋର୍ଟ ବା ହେଲିପ୍ୟାଡରେ ପହଁଚିବା ଉଚିତ୍ । ବରିଷ୍ଠ ନାଗରିକ, ଗର୍ଭବତୀ ମହିଳା ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ କରୁଥିବା ବ୍ୟକ୍ତିଙ୍କୁ ଯାତ୍ର ନକରିବାକୁ ପରାମର୍ଶ ।