ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) ; ଭାରତକୁ ନାଲି ଆଖି ଦେଖାଇଲା ଆମେରିକା । ଋଷ ସହ ଏସ -୪୦୦ ମିଶାଇଲ ଚୁକ୍ତିକୁ ନେଇ ଧମକ ଦେଉଛି ଆମେରିକା । ଋଷ ସହ ଏସ ୪୦୦ ମିଶାଇଲ ଚୁକ୍ତି ନ କରିବା ଲାଗି ଆମେରିକା ଭାରତକୁ ତାଗିତ କରିଥିବା ବେଳେ ଭାରତ ଆମେରିକାର ତାଗିତକୁ ଖାତିର ନ କରି ସିଧା ଏସ ୪୦୦ ମିଶାଇଲ ଚୁକ୍ତି କରି ଦେଇଥିଲା । ଯେଉଁ କାରଣରୁ ଭାରତ ଉପରେ ରାଗିଛି ଆମେରିକା ।
ଋଷ ସହ ଏସ -୪୦୦ ମିଶାଇଲ ଚୁକ୍ତି କରି ଭାରତକୁ ମହଙ୍ଗା ପଡିବ ବୋଲି ଖୋଦ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି । ଭାରତ ବହୁତ ବଡ ଭୁଲ କରିଦେଇଛି ବୋଲି ଟ୍ରମ୍ପ କହିଛନ୍ତି । ସେହିପରି ଭାରତ ଆମେରିକାର କାଟସା ନିୟମ ଉଲଙ୍ଘନ କରିଥିବାରୁ ଏହାର ଭୟଙ୍କର ପରିଣାମ ଭାରତ ଭୋଗିବ ବୋଲି ଟ୍ରମ୍ପ ଚେତାବନୀ ଦେଇଛନ୍ତି ।
ଖାଲି ସେତିକି ନୁହେଁ ଆସନ୍ତା ନଭେମ୍ବର ୪ ତାରିଖ ପରେ ଇରାନ ଠାରୁ ତେଲ ଆମଦାନୀ କରୁଥିବା ପ୍ରତ୍ୟେକ ଦେଶ ଆମେରିକାର ଅସନ୍ତୋଷର ଶିକାର ହେବେ ବୋଲି ସେ କହିଛନ୍ତି । ଏପରି ପରିସ୍ଥିତିରେ ଭାରତ ଉପରେ ଆମେରିକା କେତେକ ପ୍ରତିବନ୍ଧକ ଲଗାଇପରେ ବୋଲି ଅନୁମାନ କରାଯାଉଛି । କିନ୍ତୁ ଡୋନାଲ୍ଡ ଟ୍ରମ୍ପ ଭାରତ ପ୍ରତି କୋହଳ ମନୋଭାବ ପୋଷଣ କରିପଡାନ୍ତି ବୋଲି ବିଶେଷଜ୍ଞ ମାନେ ଅନୁମାନ କରୁଛନ୍ତି । ଅନ୍ୟପଟେ ଭାରତ ଆମେରିକାର ପ୍ରତିରକ୍ଷା ସହେଯାଗୀ ହୋଇଥିବାରୁ ଆମେରିକା ଭାରତ ପ୍ରତି କୌଣସି ପ୍ରତିବନ୍ଧକ ନ ଲଗାଇପାରେ ବୋଲି ଜଣାପଡିଛି ।