ପଞ୍ଜାମ ( ଏଟିଆର ବ୍ୟୁରୋ): ଅଭିନେତାରୁ ପ୍ରଥମ କରି ସାଂସଦ ହୋଇଥିବା ସନି ଦେବଲ ତାଙ୍କ ଲୋକସଭା କ୍ଷେତ୍ର ପରିଦର୍ଶନ କରିଛନ୍ତି । ଖାଲି ଲୋକସଭା କ୍ଷେତ୍ର ପରିଦର୍ଶନ କରି ନାହାନ୍ତି ବରଂ ବିକାଶ କାର୍ଯ୍ୟ କିଭଳି ତ୍ୱରାନୀତ ହେବ ସେନେଇ କାର୍ଯ୍ୟ ତଦାରଖ କରୁଥିବା ନଜର ଆସିଛନ୍ତି । ଏହି ପରିଦର୍ଶନ ନେଇ ଖୋଦ ସନି ଟ୍ୱିଟ କରି କିଛି ଫଟୋ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ସେ କିଛି ଅଧିକାରୀଙ୍କ ସହିତ ଆଲୋଚନା କରୁଥିବା ନଜର ଆସିଛନ୍ତି ।
Today, met teams at Sri Kartarpur Sahib corridor to review progress of corridor work. pic.twitter.com/bvJHOcPR8L
— Sunny Deol (@iamsunnydeol) June 15, 2019
ସୂଚନାଯୋଗ୍ୟ ଏହି ଅଭିନେତା ଏଥର ପଞ୍ଜାବର ଗୁରୁଦାସପୁର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ । ସେ କଂଗ୍ରେସର ହେବିୱେଟ ନେତା ସୁନିଲ ଜାଖଣ୍ଡକୁ ପରାସ୍ତ କରିଥିଲେ । ଗତ କାଲି ସନି ଏହି ଟ୍ୱିଟ କରିଛନ୍ତି । ସନ୍ନି ପ୍ରଥମରୁ ଏମିତି ଆକ୍ସନ ମୁଡରେ ଆସିଥିବାରୁ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ସନି ନିଜ ନିର୍ବାଚନ ମଣ୍ଡଳିରେ ଦୁଇ ତିନୋଟି ସ୍ଥାନ ପରିଦର୍ଶନ କରିଛନ୍ତି । ଚଳିତ ନିର୍ବାଚନରେ ସେଠାରେ କଂଗ୍ରେସର ପଲା ପୂର୍ବରୁ ଭାରି ରହିଥିଲେ ମଧ୍ୟ ସେଠାରେ ବାଜି ମାରି ନେଇଥିଲେ ଏହି ଅଭିନେତା ।