ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) ; ମୋଦିଙ୍କୁ ପ୍ରଶଂସା କଲେ ବିଲ ଗେଟ୍ସ । ସ୍ୱଚ୍ଛ ଭାରତ ମିଶନର ସଫଳ ରୂପାୟନ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମାଇକ୍ରୋସଫ୍ଟର ପ୍ରତିଷ୍ଟାତା ତଥା ସମାଜସେବୀ ବିଲ ଗେଟ୍ସ । ଭାରତରେ ସ୍ୱଚ୍ଛ ଭାରତ ଅଭିଯାନର ପ୍ରଚାର ପ୍ରସାର ପାଇଁ ଭାରତକୁ ଶୁଭେଚ୍ଛା ଜଣାଇଛନ୍ତି । ଭାରତ ଭଳି ଦେଶରେ ପରିମଳ ବ୍ୟବସ୍ଥାକୁ ନେଇ ସରକାର ନେଇଥିବା ସ୍ୱାଚ୍ଛ ଭାରତ ମିଶନ ଭଳି ପଦେକ୍ଷପକୁ ମନଭରି ପ୍ରଶଂସା କରିଛନ୍ତି ଗେଟ୍ସ ।
ସେ ନିଜ ଟ୍ୱିଟର ଆକାଉଣ୍ଟରେ ଏପରି ଜଣାଇଛନ୍ତି । ପରିମଳ କ୍ଷେତ୍ରରେ ପ୍ରଧାନମନ୍ତ୍ର ମୋଦି ଓ ଭାରତ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରିଛନ୍ତି । ତେବେ ସ୍ୱଚ୍ଛ ଭାରତର ସଫଳତାକୁ ନେଇ ଭାରତ ଆଗକୁ ଗତି କରୁ ବୋଲି ସେ କହିଛନ୍ତି । ସୁଚନା ଯୋଗ୍ୟ , ବିଲ ଗେଟ୍ସ ନିଜର ବିଲ ଆଣ୍ଡ ମେଲିଣ୍ଡା ଫାଉଣ୍ଡେସନ ଜରିଆରେ ଦାରିଦ୍ର ଦୁରିକରଣ ଓ ସ୍ୱାସ୍ଥ୍ୟ ସେବା ନିମନ୍ତେ କାର୍ଯ୍ୟ କରି ଆସୁଛନ୍ତି । ସମାଜସେବା ପାଇଁ ବିଲ ଗେଟ୍ସ ବହୁ ପଦକ୍ଷେପ ନେଉଛନ୍ତି ।
The leadership of @narendramodi and the Indian government has played an important role in improving sanitation. Now is the time to build on the success of @swachhbharat. https://t.co/HKXapJxQ3x
— Bill Gates (@BillGates) October 9, 2018