ଉତ୍ତରପ୍ରଦେଶ (ଏଟିଆର ବ୍ୟୁରୋ) ; ସମଲିଙ୍ଗୀ ମହିଳା । ଦେହର ଭୋକ ମେଣ୍ଟେଇବା ପାଇଁ ଲୋକ ଅନେକ ଉପାୟ ବାଛିଥାନ୍ତି । କିଏ କାହାପ୍ରତି ଆକର୍ଷିତ ହୁଏ ତାହା କହିହୁଏନି । ସେ ପୁରୁଷ ହେଉବା ମହିଳା । ପୁରୁଷ ପ୍ରତି ଆକର୍ଷିତ ହୋଇ ଯୈାନ ସମ୍ପର୍କ ରଖୁଥିବା ବେଳେ ମହିଳା ମହିଳା ମଧ୍ୟରେ ମଧ୍ୟ ଏହି କ୍ରିଡା ହୋଇଥାଏ । ତେବେ ଏଭଳି ମହିଳା ସମଲିଙ୍ଗୀ ଦେଖିବାକୁ ମିଳିଛନ୍ତି ଉତ୍ତରପ୍ରଦେଶର ଖୋରାବାଦରେ । ଯାହାକୁ ଶୁଣିଲା ପରେ କେହି ବି ବିଶ୍ୱାସ କରୁନାହାଁନ୍ତି । କିନ୍ତୁ ବିଶ୍ୱାସ ନହେଲେ ବି କଥାଟା ସତ । ମିଳିଥିବା ସୂଚନା ମୁତାବକ ଖୋରାବାଦରେ ହସୀନ ନାମକ ଜଣେ ଯୁବତୀ ସହ ଆଜାଦ ନାମକ ଜଣେ ଯୁବକଙ୍କର ମୁସଲମାନ ରିତିରେ ବାହାଘର ହୋଇଥିଲା । ହସଖୁସିରେ ଚାଲିଥିଲା ସଂସାର । ଦୁହେଁ ଦୁହିଁଙ୍କୁ ଖୁବ ବିଶ୍ୱାସ କରି ଚଲେଇଥିଲେ ଘର ।
କିଛିଦିନ ଗଲା ପରେ ଦିନେ ହସୀନ ଘରକୁ ଯିବା ପାଇଁ ଆଜାଦକୁ କହିଥିଲା । ବହୁଦିନ ଧରି ବାପ ଘରକୁ ଯାଇନଥିବା ହସୀନର କଥା ବୁଝି ବାପଘରେ ଛାଡି ଆସିଥିଲେ ଆଜାଦ । ବାପଘରେ ବହୁ ଦିନ ରହିବା ପରେ ମଧ୍ୟ ଆଜାଦଙ୍କ ପାଖକୁ ଫେରିନଥିଲେ ହସୀନ । ଫଳରେ ମନରେ ସନ୍ଦେହ ହୋଇଥିଲା । ବାପଘରକୁ ସ୍ତ୍ରୀକୁ ଆଣିବା ପାଇଁ ଯାଇଥିବା ବେଳେ ସେଠାରେ ସ୍ତ୍ରୀ ନଥିବା କହିଥିଲେ ଶ୍ୱଶୁରଘର ଲୋକ । ସେମାନେ କହିଥିଲେ ହସୀନ ତା ବାନ୍ଧବୀ ସହ କେଉଁଆଡେ ପଳେଇଛି । ଏହାପରେ ଥାନାରେ ଏତଲା ଦେଇଥିଲେ ଆଜାଦ । ଏତଲା ପାଇବା ପରେ ଥାନାକୁ ହସୀନଙ୍କ ମାଙ୍କୁ ପୋଲିସ ଡାକିଥିଲା । ଥାନାକୁ ଆସିବା ପରେ କହିଥିଲେ କି ତାଙ୍କ ଝିଅର ଜଣେ ମହିଳା ବାନ୍ଧବୀଙ୍କ ସହ ସମ୍ପର୍କ ଅଛି । ହସୀନଙ୍କ ମା ବହୁତ ଥର ଏମାନଙ୍କୁ ବିନା କପଡାରେ ଅସଂଯତ ଅବସ୍ଥାରେ ଘରେ ଶୋଇଥିବାର ଦେଖିଛନ୍ତି ।
ପୋଲିସ କିଛିଦିନ ଖୋଜା ଖୋଜି କରିବା ପରେ ହସୀନଙ୍କ ଖବର ପାଇଥିଲା । ଥାନାକୁ ଡାକି ଦୁଇ ଦମ୍ପତ୍ତିଙ୍କୁ କଥା କରାଉଥିବା ବେଳେ ଆଜାଦଙ୍କ ସହ ଆଉ ରହିବା ପାଇଁ ଚାହୁଁନଥିବା ପୋଲିସ ଆଗରେ କହିଥିଲେ । ଏବଂ ମୁସଲମାନ ରିତିରେ ୩ ଥର ତଲାକ କହିବା ପରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଛାଡପତ୍ର ହୋଇଯାଇଥାଏ । ଏଣୁ ପୋଲିସ ସାମ୍ନାରେ ତିନି ତଲାକ କହି ଦେଇଥିଲେ ହସୀନ । ଶେଷରେ ସମଲିଙ୍ଗୀ ଆକର୍ଷଣ ପାଇଁ ସ୍ୱାମୀଙ୍କ ସହ ସମ୍ପର୍କ କାଟିବା ପାଇଁ ବାଧ୍ୟ ହୋଇଥିଲେ ।