ଭୁବନେଶ୍ୱର (ଏଟିଆର ବ୍ୟୁ ରୋ ) ; ଦୀର୍ଘ ଦୁଇମାସ କାଳ ଚାଲିଆସୁଥିବା ଶିକ୍ଷକ ମାନଙ୍କ ଆନ୍ଦୋଳନ ହେଲା ସ୍ଥଗିତ । ଭୁବନେଶ୍ୱର ସ୍ଥିତ ଲୋୟର ପିଏମଜି ଛକ ଠାରେ ଦୁଇମାସ ଧରି ଆନ୍ଦୋଳନରେ ଥିଲେ ଅଧ୍ୟାପକ – ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ । ତେବେ ଆସନ୍ତା ନଭେମ୍ବର ୩୦ ଯାଏ ଆନ୍ଦୋଳନକୁ ସ୍ଥଗିତ ରଖିଛି ମଞ୍ଚ । ଶିକ୍ଷକ ମାନଙ୍କ ଦାବି ପୂରଣ ନେଇ ପ୍ରତିଶୃତି ମିଳିବା ପରେ ସେମାନେ ଆନ୍ଦୋଳନରୁ ନଭେମ୍ବର ୩୦ ଯାଏ ହଟିଛନ୍ତି । ଏନେଇ ଆଜି ସଂଘ ତରଫରୁ ସୂଚନା ଦିଆଯାଇଛି ।
ସେପଟେ ୫୯ ଦିନ ଧରି ଶିକ୍ଷକ ମାନେ ଲୋୟର ପିଏମଜି ଛକଠାରେ ଆନ୍ଦୋଳନ ଚାଳାଇଥିଲେ ହେଁ ସରକାରଙ୍କ ଉପରେ ଏହାର କୌଣସି ପ୍ରଭାବ ପଡିନଥିଲା । ସରକାରଙ୍କ ସହ ଅନେକ ଥର ସଂଘ ତରଫରୁ ଆନ୍ଦୋଳନ ହୋଇଥିଲେ ହେଁ ଏହି ସମସ୍ୟାର କୌଣସି ନିକର୍ସ ବାହାରି ପାରିନଥିଲା । ଶେଷରେ ଶିକ୍ଷକ ମାନେ କଳା ବ୍ୟାଚ ପିନ୍ଧି ବିଦ୍ୟାଳୟରେ ଶିକ୍ଷାଦାନ ମଧ୍ୟ କରିଥିଲେ । ଆନ୍ଦୋଳନ ଆରମ୍ଭରୁ ହଜାର ହଜାର ଶିକ୍ଷକ ଓ ଅଧ୍ୟାପକ ମାନେ ରାଜ୍ୟର କୋଣ ଅନୁକୋଣରୁ ଭୁବନେଶ୍ୱର ଆସି ଆନ୍ଦୋଳନ ଚଳାଇଥିଲେ । ସେମାନଙ୍କର ଦାବି ପୂରଣ ପାଇଁ ସଂଘ ସରକାରଙ୍କ ନିକଟରେ ଅଡି ବସିଥିଲା । ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନରୁ ହଟୁବାକୁ ମନା କରିଦେଇଥିଲା ସଂଘ । ଶେଷରେ ସରକାରଙ୍କ ତରଫରୁ ଦାବି ପୂରଣ ନେଇ ପ୍ରତିଶୃତି ମିଳିବା ପରେ ସଂଘ ଆନ୍ଦୋଳନକୁ ସ୍ଥଗିତ ରଖିଥିବା ଜଣାପଡିଛି ।