ଦିଲ୍ଲୀ (ଏଟିଆର ବ୍ୟୁରୋ ) ; ଦିଲ୍ଲୀ ଏମ୍ସରେ ପାରିକର । ଗୋଆର ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତ୍ତର ହୋଇ ପଡିଛି । ତାଙ୍କୁ ଆଜି ଗୁରୁତ୍ତର ଅବସ୍ତାରେ ଦିଲ୍ଲୀ ସ୍ଥିତ ଏମ୍ସରେ ଭର୍ତ୍ତୀ କରାଯାଇଛି । ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ତା ଏବେ ବି ଗମ୍ଭୀର ଥିବା ଜଣାପଡିଛି । ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।
ସୁଚନା ଅନୁସାରେ , ଦୀର୍ଘ ଦିନ ହେବ ମନୋହର ପାରିକରଙ୍କ ସ୍ୱାସ୍ଥ୍ୟବସ୍ତା ଠିକ ନଥିଲା । ତାଙ୍କୁ ଆମେରିକା ନିଆଯାଇ ସେଠାରେ ଚିକିତ୍ସା କରାଯାଉଥିଲା । ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସାମାନ୍ୟ ଉନ୍ନତି ଆସିବାରୁ ସେ ଗତ ସେପ୍ଟେମ୍ବର ୧୫ ତାରିଖରେ ଭାରତ ଫେରିଆସିଥିଲେ । ତାଙ୍କ ସ୍ୱାସ୍ଥ୍ୟର ସ୍ୱତନ୍ତ୍ର ଯତ୍ନ ଲାଗି ତାଙ୍କ ପାଖରେ ଏକ ଡାକ୍ତରୀଦଳ ଚିକିତ୍ସାରେ ରହିଥାଆନ୍ତି । କିନ୍ତୁ ଆଜି ସକାଳେ ମନୋହର ହଠାତ ଅସୁସ୍ଥ ହୋଇପଡିଲେ । ତାଙ୍କୁ ସଂଙ୍ଗେ ସଂଙ୍ଗେ ଦିଲ୍ଲୀ ଆଣାଯାଇ ଆଇସିୟୁରେ ଭର୍ତ୍ତି କରାଯାଇଥିଲା ।
ତେବେ ପରେ ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଗୋଆକୁ ସ୍ଥାନାନ୍ତର କରାଯାଇଛି । ମନୋହର ଚିକିତ୍ସାଧୀନ ଅବସ୍ତାରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱ ତୁଲାଉଥିଲେ । ପାରିକରଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅବଗତ ଥିବା ବେଳେ ପାରିକରଙ୍କୁ ଦେଖାକରିବା ପାଇଁ ବହୁ କଂଗ୍ରେସ ଓ ବିଜେପି ନେତା ଡାକ୍ତରଖାନାରେ ପହଞ୍ଚିଛନ୍ତି । ତେବେ ପାରିକରଙ୍କୁ ଦିଲ୍ଲୀରୁ ଗୋଆ ସ୍ଥାନାନ୍ତରକୁ ନେଇ ବହୁ ନେତା ପ୍ରଶ୍ନ ଉଠାଇଛନ୍ତି ।