ପୁରୀ (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ ଅନେକ ପରମ୍ପରା ରହିଛି । ସେଥିମଧ୍ୟରୁ ଭିନ୍ନ ଏକ ପରମ୍ପରା ହେଉଛି ନେତ ପିଲା ପରମ୍ପରା । ଆଶ୍ୱିନ ମାସ ପଞ୍ଚମୀରେ ଏହି ପରମ୍ପରା ପାଳନ କରାଯାଇଥାଏ ।
ମହାପ୍ରଭୁ ଶ୍ରୀ ଜଗନ୍ନାଥ ଧାମର ସେବାୟତ ପରିବାରରେ ବହୂ ପୁରାତନ କାଳରୁ ପ୍ରଚଳିତ ହୋଇ ଆସୁଛି ଏହି ପରମ୍ପରା । ସେବାୟତଙ୍କ ପରିବାରରେ ଥିବା କୁନି କୁନି ଝିଅମାନେ ଓଡିଆଣୀ ବେଶ ହୋଇ ମାର୍କଣ୍ଡ ପୁଷ୍କରଣୀଠାରେ ଏକ ବ୍ରତ ପାଳନ କରିଥାନ୍ତି । ଏହି ବ୍ରତ ମହାଦେବଙ୍କ ଉଦ୍ଦେଶ୍ୟରେ ଭଲ ବର ନିମନ୍ତେ କରାଯାଇଥାଏ ।