ନୂଆଦିଲ୍ଲୀ,(ଏଟିଆରବ୍ୟୁରୋ): ଦିଲ୍ଲୀ ସରକାରଙ୍କୁ ଆଉ ଏକ ଝଟକା । ଲାଗିଲା ମୋଟା ଅଙ୍କର ଜୋରିମାନା । ଲକ୍ଷେ କି’ ୫୦ଲକ୍ଷ ନୁହେଁ ଏକାବେଳେ ୫ଶହକୋଟି ଟଙ୍କାର ଜୋରିମାନା ଲଗାଇଛି ଏନଜିଟି । ପ୍ରଦୂଷଣ ରୋକିବାରେ ଦିଲ୍ଲୀ ସରକାର ବିଫଳ ହେବାରୁ ଏଭଳି ତଣ୍ଡ ଗଣିବାକୁ ପଡିଥିବା ସୂଚନା ମିଳିଛି ।
ଏନଜିଟି ରିପୋର୍ଟ କହୁଛି, ଯେଉଁ ଗାଇଡ ଲାଇନ ଜାରି କରାଯାଇଥିଲା ତାକୁ କାର୍ଯ୍ୟକାରୀ କରିନାହାନ୍ତି ଦିଲ୍ଲୀ ସରକାର । ପାଖାପାଖି ୬୨ଟି ବଡ଼ ୟୁନିଟ୍ସ ଉପରେ ରୋକ ଲଗାଇବାରେ ବିଫଳ ହୋଇଛି ଡିପିସିସି । ଖାସ ଏଥିପାଇଁ ଏହି ଜୋରିମାନା କରାଯାଇଛି ।
ସବୁଠୁ ବଡ଼ କଥା ହେଉଛି ଏହି ୬ଟି ବଡ଼ ୟୁନିଟସକୁ କିପରି ବିଜୁଳି ଓ ପାଣି ଯୋଗାଇ ଦିଆଯାଇଛି ତାକୁ ନେଇ ଉଠିଛି ପ୍ରଶ୍ନ । ସେପଟେ ଡିପିସିସି ଚେୟାରମ୍ୟାନଙ୍କୁ ଗିରଫ କରିବା ନେଇ ମଧ୍ୟ ଏବେ ଚର୍ଚ୍ଚା ଜୋର ଧରିଛି ।