ଦିଲ୍ଲୀ ( ଏଟିଆର ବ୍ୟୁରୋ): ସତରେ କଣ ଦେହର ଭୋକ ମେଣ୍ଟେଇବାକୁ ମଣିଷ ସବୁ କିଛି ଭୁଲିଯାଏ । ଭୁଲିଯାଏ ତାର ହିତାହିତ ଜ୍ଞାନ । ନିମିସକ ସୁଖ ପାଇଁ କଣ ଛାରଖାର କରିଦିଏ ନିଜ ଭବିଶ୍ୟତ । ଆଉ ଯିଏ ରାତିରେ ଫୁଲ ଶେଜ ପାରି ଦୀପ ଜାଳି ଅନାଇ ବସିଥାଏ ଗ୍ରାହକକୁ । ସତରେ ସେ କଣ ନିଜ ଦେହର ଘକ ମେଣ୍ଟେଇବାକକୁ ଏମିତି କିଛି କରିଥାଏ ନା ନିଜ ପେଟର ଭକ ମାରିବାକୁ ସେ ଦେହ ବଜାରରେ ନିଜ ଇଜତର ନିଲାମ କରିଥାଏ । ସେଥି ପାଇଁତ ଅନବରତ ଦେହ ବଜାରରେ ଲାଗିଥାଏ ଭିଡ ।
ଆଉ ବିଭିନ୍ନ ପ୍ରକାର ଉପାୟରେ ଏଠି ସେଠି ସବୁଠି ଖୋଲେ ବେଶ୍ୟାଳୟ । ସେହିଭଳି ଖବର ପାଇ ଦିଲ୍ଲୀର ନୋଏଡ଼ାର ସେକ୍ଟର ୧୮ରେ ଥିବା ଏକ ସ୍ପା ସେଣ୍ଟର ଉପରେ ଚଢାଇ କରିଥିଲା । ଆଉ ସେଠାରେ ଚାଲିଥିବା ସେକ୍ସ ରାକେଟର ପର୍ଦ୍ଦାଫାଶ କରିଥିଲା ପୋଲିସ । ଗତକାଲି ରାତିରେ ଏହି ସ୍ପା ସେଣ୍ଟର ଉପରେ ଚଢାଇ କରି ୨୫ଜଣ ଯୁବତୀଙ୍କୁ ଏବଂ ୧୦ଜଣ ଯୁବକଙ୍କୁ ଗିରଫ କରିଛି ପୋଲିସ ।
ଚଢ଼ଉ ବେଳେ ମଧ୍ୟ କେତେକ ଲୋକ ଅସଙ୍ଗତ ଅବସ୍ଥାରେ ଥିଲେ। ଏହା ସହ ଏକ ଲକ୍ଷ ଟଙ୍କା,ବିୟର ବୋତଲ ଏବଂ ଅନ୍ୟାନ୍ୟ ବସ୍ତୁ ଜବତ କରାଯାଇଛି। କୁହାଯାଉଛି,ଏହି ଅନୈତିକ ଧନ୍ଦା ଚାଲିବା ପଛରେ ସ୍ଥାନୀୟ ପୋଲିସର ହାତଥିଲା । ସ୍ପା ମାଲିକ ଏଯାଏଁ ଫେରାର ରହିଛି। ତାକୁ ଗିରଫ କରିବା ପାଇଁ ପୋଲିସ୍ ଟିମ୍ ଖୋଜାଖୋଜି ଜାରି ରଖିଛି। ଏସପିଙ୍କ କହିବାନୁସାରେ ଅନିୟମିତତା ଏବଂ ସନ୍ଦେହଜନକ ଜିନିଷ ମିଳିବା କାରଣରୁ ୧୪ଟି ସ୍ପା ସେଣ୍ଟରକୁ ସିଲ୍ କରି ଦିଆଯାଇଛି ।