ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମଧ୍ୟପ୍ରଦେଶରେ ଏକ ରେଳ ଦୁର୍ଘଟଣାଗ୍ରସ୍ତ ଘଟିଛି । ଗୋଧରା ଓ ରତଲାମ୍ ମଧ୍ୟରେ ତ୍ରିଭେନ୍ଦ୍ରମ୍ ରାଜଧାନୀ ଏକ୍ସପ୍ରେସଟି କ୍ରସିଂ ପାର ହେଲା ବେଳେ ଏକ ଟ୍ରକ୍ ସହିତ ଧକ୍କା ହୋଇ ଦୁଇଟି ବଗି ଲାଇନଚ୍ୟୁତ୍ ହୋଇଯାଇଛି । ଘଟଣା ସ୍ଥଳରେ ଟ୍ରକ୍ ଡ୍ରାଇଭର ଜଣଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି ।
ଆଜି ସକାଳ ପ୍ରାୟତଃ ୬.୪୪ ମିନିଟ୍ ରେ ଏହି ଦୁର୍ଘଟଣା ଘଟିଛି । ଘଟଣାରେ ଟ୍ରକଟି ସମ୍ପୂର୍ଣ୍ଣ ଚୂରମାର୍ ହୋଇଯାଇଛି । ଏହାସହିତ ଟ୍ରେନର ଯେଉଁ ବଗି ଦୁଇଟି ରେଳ ଧାରଣାରୁ ତଳକୁ ଖସିପଡିଥିଲା ସେଥିରେ ଥିବା ଯାତ୍ରୀ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଅଛନ୍ତି । କାହାର କୌଣସି କ୍ଷିିତି ହୋଇନାହିଁ । ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଅନ୍ୟ ଏକ ବଗିକୁ ସ୍ଥାନାନ୍ତରିତ କରାଯିବା ପରେ ଏକ୍ସପ୍ରେସଟି ଲକ୍ଷ ସ୍ଥଳ ଅଭିମୁଖେ ଯାତ୍ରା ଆରମ୍ଭ କରିଛି ବୋଲି ପଶ୍ଚିମ ରେଳ ବିଭାଗ ପକ୍ଷରୁ ସୂଚନା ମିଳିଛି ।